ପୁନଃରୁଦ୍ଧାର ପାଇଁ ୫-ଟି ସଚିବଙ୍କୁ ଅଂଚଳବାସୀଙ୍କ ନିବେଦନ .
ଆଲୋକ, ପାଣି, ପାଚେରୀ, ପାନ୍ଧଶାଳା ସହ ପର୍ଯ୍ୟଟସ୍ଥଳୀର ମାନ୍ୟତା ଦାବି .
୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> ଐତିହ ଜୀତିରାଜି ବହନ କରୁଥିବା ଜିଲା ଯାଜପୁର । ଏହି ଜିଲାର କୋରାଇ ବ୍ଲକ ଅର୍ନ୍ତଗତ ନୂଆଗଡ଼ ଠାରେ ରହିଛି ଏକ ଐତିହାସିକ ଜୈନ ଗୁମ୍ଫା । ଗୁମ୍ଫା ସାଙ୍ଗକୁ ଶୂନ୍ୟମନ୍ଦିର (ଅଲେଖ ମହିମା ମଠ), ମହାବୀର ମନ୍ଦିର, ଗଣେଶ ମନ୍ଦିର ଥିବା ଏହି ସ୍ନାନ ତାହାରପୁର-ତଳଗଡ଼ ଦୁଇ ପଂଚାୟତର ମିଳନ ସ୍ଥଳୀକୁ ଦେବଭୂମି ବୋଲି କୁହାଯାଏ । ଏହି ଗୁମ୍ଫାର ଅନେକ ଐତିହ୍ୟ ଜୀତିରାଜି ରହିଥିଲେ ବି ଏହା ଏବେ ଅଲୋଡ଼ା ହୋଇଛି । ଗୁମ୍ଫାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହା ବିଲୁପ୍ତ ପ୍ରାୟ । ଗୁମ୍ଫାରେ ବିଭିନ୍ନ ପ୍ରକାର ବିଷଧର ସରୀସୃପ ରହୁଥିବାରୁ ଏହା ନିକଟକୁ ଲୋକେ ଯିବାକୁ ଭୟଜରୁଛନ୍ତି । ତଥ୍ୟ ଅନୁଯାୟୀ ଏହି ଗୁମ୍ଫାରେ ୩ଟି ମୁହାଣ ରହିଛି । ଗୋଟିଏ ଢେଙ୍କାନାଳର ଜୋରଦା ମଠକୁ ସଂଯୋଗ କରୁଥିବା ବେଳେ ଆଉ ଗୋଟିଏ ବ୍ୟାସସରୋବର ପୀଠ ପର୍ଯ୍ୟନ୍ତ ଯାଇଛି ।
ତୃତୀୟ ମୁହାଣଟି କେଉଁଆଡ଼େ ଲମ୍ବିଛି ତାହା ଏବେ ବି ଅସ୍ପଷ୍ଟ । ଦ୍ଵାଦଶହ ଶତାବ୍ଦୀରେ ନୂଆଗଡ଼ରେ ଜୈନ ଧର୍ମାବଲମ୍ବୀ ସାଧନା କରିବା ପାଇଁ ଏଠାରେ ଗୁମ୍ଫା ନିର୍ମାଣ କରିଥିଲେ । ସାଧନା କରିବା ସହ କୋରଦାର ଅଲେଖ ମହିମା ମଠ ଓ ବ୍ୟାସସରୋବରର ବ୍ୟାସଦେବ ପାଠକୁ ଯାତୟାତ କରୁଥିଲେ । ଯାତାୟାତ ସମୟରେ ଯେପରି ସେମାନଙ୍କୁ ଅନ୍ୟ କେହି ନଦେଖର୍ଚ ସେଥିଲାଗି ଏହି ଗୁମ୍ଫାକୁ ବ୍ୟବହାର କରୁଥିଲେ । ଜୈନ ଧର୍ମୀମାନେ ଏଠାରେ କୋରଦାର ଧର୍ମ ପ୍ରଚାର କରୁଥିବାରୁ ସେମାନଙ୍କୁ ଅନ୍ୟ ଧର୍ମର ବ୍ୟକ୍ତିମାନେ ବିରୋଧ କରୁଥିଲେ । ଫଳରେ ସେମାନେ ଏହି ସ୍ଥାନ ଛାଡ଼ି ପଳାଇଥିଲେ । ଯିବା ବେଳେ ମହିମା ଅଲେଖ ଧର୍ମୀମାନଙ୍କୁ ଏହି ଗୁମ୍ଫାର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରଦାନ କରିଥିଲେ ।
ଏଠାରେ ଜୈନଧର୍ମୀଙ୍କ ଅନେକ ଜୀତିରାଜି ଦେଖିବାକୁ ମିଳେ । ଏହାର ଅନତୀଦୂରରେ ଜୈନ ଧର୍ମିଣୀ ମା’ ପଦ୍ମାବତୀଙ୍କ ପ୍ରତିମୂର୍ତି ରହିଛି ଓ ଏହାକୁ ଏବେ ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ସେଠାରେ ଏକ ବିରାଟକାୟ ଶତାୟୁ ବଟବୃକ୍ଷ ରହିଛି । ତାହା ମହିମା ଧର୍ମର ସିଦ୍ଧସାଧକ ପରୀକ୍ଷତ ବାବା(ପରିଆ ବାବା) ଦାନ୍ତ ଘସୁଥିବା ଏକ ବର ଓହଳରୁ ସୃଷ୍ଟି । ସେହି ଗଛରେ ଏବେ ଶହଶହ ସଂଖ୍ୟାରେ ପଶୁପକ୍ଷୀ ଆଶ୍ରୟ କରିରହିଥିଲା ବେଳେ ବିଷଧର ସାପ ନି’ ସାମ୍’ ହୋଇଛନ୍ତି । ଏହା ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଏକ ନିଛାଟିଆ ଝଙ୍କୃତ ବୃକ୍ଷ ହୋଇଥିବାରୁ ଏଠାରେ ବେଆଇନ୍ ନିଶାଳାରବାର ତଥା ଅସାମାଜିକ କାର୍ଯ୍ୟ ଅନାୟସରେ ହେଉଛି । ଏହି ଜୈନ ଗୁମ୍ଫାର ସୁରକ୍ଷା ଓ ପ୍ରଚାର ଲାଗି ସାଧୁ ଅଲେଖ ଦାସ ଓ ବାବା ବିନୋଦ ଦାସ ଗୁମ୍ଫାର ପଶ୍ଚିମ ଦିଗରେ ମହିମା ମନ୍ଦିର ନିର୍ମାଣ କରିଥିଲେ ।
ଦୀର୍ଘବର୍ଷ ଧରି ରହିଥିବା ଗୁମ୍ଫା ଏବେ ଲୋପ ପାଇବାକୁ ବସିଛି । ଗୁମ୍ଫା ମଧ୍ୟରେ ବିଭିନ୍ନ ଜାତି ବିଷଧର ସରିସୃପ ରହୁଥିବା ଭୟରେ ଲୋକେ ଗୁମ୍ଫା ମଧ୍ୟକୁ ପ୍ରବେଶ କରୁ ନାହାନ୍ତି । ସେହି ଗୁମ୍ଫା ମଧ୍ୟରେ ଗଲେ ଏକ ପଡିଆ ଓ ଜଳଉତ୍ସମାନ ରହିଥିବା କୁହାଯାଉଛି । କିଛି ବର୍ଷ ତଳେ କେତେକ ଜୈନ ଧର୍ମର ବିଦେଶ ଗବେଷକ ଏହି ଗୁମ୍ଫା ପରିଦର୍ଶନରେ ଆସି ଏହାର ମାହାତ୍ମ୍ୟ ଲୋକଙ୍କ ଠାରୁ ବୁଝିବା ସହ ସେଠାରେ ଓ ଏହାର ନିକଟବର୍ତୀ ବ୍ରାହ୍ମଣୀଦେବୀ ଠାରେ ରହିଥିବା ଜୈନ କୀର୍ତ୍ତିରାଜି ବୁଲି ଦେଖୁଥିଲେ । ବିଶେଷକରି ଏହି ଗୁମ୍ଫାର କୀର୍ତ୍ତିରାଜ ସଂପର୍କରେ ଜାଣିବା ପାଇଁ ଗବେଷକମାନେ ଅନୁସନ୍ଧାନ ଚଳାଇଛନ୍ତି । ଜନାଦୃତ ଏହି ଜୈନଗୁମ୍ଫାକୁ ଦେଖୁପାଇଁ ପ୍ରତିଦିନ ବହୁ ପର୍ଯ୍ୟଟକ ଏଠାକୁ ଆସୁଥିବା ମଧ୍ୟ ଦେଖାଯାଉଛି ।
ସେଠାରେ ପରିଆ ବାବା ଓ ବିନୋଦ ବାବାଙ୍କର ଦୁଇଟି ସମାଧୂ ସମେତ ଗୁମ୍ଫା, ମନ୍ଦିର, ପାଠ, ବୃକ୍ଷର ଏକ ମନୋରମ ସଙ୍ଗମ ସ୍ଥଳୀକୁ ‘ଦେବଭୂମି’ ବୋଲି କୁହାଯାଉଛି । ପ୍ରତିବର୍ଷ ଏଠାରେ ପବିତ୍ର ମଳର ସଂକ୍ରାବିରେ ସ୍ଥାନୀୟ ଅଧିବାସୀଙ୍କ ଦ୍ବାରା ବିଶ୍ଵଶକ୍ତି ମହାଯଜ୍ଞ କରାଯାଉଛି । ରାଜ୍ୟର କୋଣାନୁକୋଣରୁ ଶହଶହ ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରିବା ସହ ପ୍ରାଚୀନ କାର୍ଡିରାଜି ଦେଖ୍ ଅଭିଭୂତ ହୋଇଥାନ୍ତି । ଏଠାରେ ପାଣି ଓ ଆଲୋକ ଆଦି ରକ୍ଷଣା ବେକ୍ଷଣ ଅଭାବରୁ ପ୍ରାଚୀନ କୀର୍ତ୍ତିରାଜି କ୍ରମଶଃ ଲୋପ ପାଇବାକୁ ବସିଛି । ସରଳାର ୫-ଟି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟକରି ରାଜ୍ୟର ଦେବାଦେବୀ ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ଗୁଡିକର ପୁନଃଉଦ୍ଧାର କରୁଥିଲା ବେଳେ ଏହି ପ୍ରାଚୀନ ଐତିହ ବହନ କରୁଥିବା ଜୈନ ଗୁମ୍ଫାର ପୁନଃ ଉଦ୍ଧାର କରିଯିବା ସହ ପାଠରେ ବିଜୁଳି ଆଲୋକ, ପାନୀୟ କଳ, ପାନ୍ଥଶାଳା, କଲ୍ୟାଣ ମଣ୍ଡପ, ଗୁମ୍ଫାର ଚତୁଃପାର୍ଶ୍ଵରେ ପାଚେରି ନିର୍ମାଣ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ୫ଟି ସଚିବ ଭି.କେ ପାଣ୍ଡିଆନ ମହୋଦୟଙ୍କୁ ଅଂଚଳବାସୀ ନିବେଦନ କରିଛନ୍ତି ।