୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ :-> ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆଡକଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନ ୨ ଘଟିକା ସମୟେ ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ଶ୍ରୀ ନରେଶ ବେହେରା ଯୋଗ ଦେଇଥିବା ବେଳେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡଃ ମଧୁସୁଦନ ଦାସ, ସରପଂଚ ସୁବାସୀନି ବାରିକ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାର ପ୍ରଧାନଶିକ୍ଷକଙ୍କ ପ୍ରତିନିଧି ଉଜ୍ଜଳା ଚନ୍ଦ୍ର ପ୍ରଧାନ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କମଳା ମହାରଣା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ବରିଷ୍ଠ ନାଗରିକ ମାୟାଧର ସାହୁ ଯୋଗ ଦେଇଥିଲେ ।
ସରକାରଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଜନ ଆରୋଗ୍ୟ ସମିତିକୁ ମିଳିଥିବା ଏକଲକ୍ଷ ପଚାଶ ହଜାର ଟଙ୍କାର ବ୍ୟୟ ଅଟକଳ ନିମନ୍ତେ ଏକ ବାର୍ଷିକ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଥିଲା । ଏଥିରେ ଡାକ୍ତରଖାନା କ୍ୟାମ୍ପସ ମଧ୍ୟରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ ସହିତ ଗୃହଗୁଡିକର ରଙ୍ଗ କରାଯିବା ଏବଂ କିଛି ଗଛ କ୍ୟାମ୍ପସରେ ଥିବା ଯୋଗୁଁ ତାହା ବିପଦଜନକ ହୋଇଥିବାରୁ ସେଗୁଡିକ କାଟିବା ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଥିଲା । ଡାକ୍ତରଖାନାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇ ଗଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପତ୍ରଦ୍ୱାରା ଜଣାଇବା ନିମନ୍ତ ପ୍ରସ୍ତାବ ନିଆଯାଇଥିଲା ।
ବ୍ରଜବନ୍ଧୁ ଦେହୁରୀ ଗଣିଆ, ନୟାଗଡ ମୋ – ୯୬୬୮୯୯୬୩୩୬