୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଓଡ଼ିଶା ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ତଥା ତନ୍ତ୍ରପୀଠ ଶକ୍ତିପୀଠ ମା ଉଗ୍ରତାରାପୀଠ କାର୍ଯ୍ୟାଳୟ ତାଲା।କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ଥାନୀୟ ମା ଉଗ୍ରତାରା ପାଇକ ଖଣ୍ଡାୟତ ମହାସଂଘର ସଦସ୍ୟ।ପାଇକ ମହାସଂଘ ସଂଗଠନର ୬୦ପରିବାରର ସଦସ୍ୟ ମାନେ ମା ଉଗ୍ରତାରାପୀଠ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି।ପାଇକ ମହାସଂଘର ଦାବି ହେଲା ପାଇକ ମାନେ ମା ଉଗ୍ରତାରାପୀଠର ପାଇକ ସେବକ।ମା ଉଗ୍ରତାରାଙ୍କ ସମସ୍ତ ପର୍ବପର୍ବାଣି ଜାନିଯାତ୍ରା ରେ ମୂଖ୍ୟ ଭୂମିକା ନିଭାଉଥିବା ବେଳେ ଦିର୍ଘଦିନ ହେବ ପାଇକ ମହାସଂଘ ପକ୍ଷରୁ ସ୍ଥାୟୀ ଭାବରେ ମନ୍ଦିର ନିକଟରେ ନିଜସ୍ୱ ଖର୍ଚ୍ଚରେ ଦୁଇ ବଖରା ପକ୍କାଘର କରି କାର୍ଯ୍ୟାଳୟ ଚଳାଉ ଆସୁଥିଲେ।

ଜିଲ୍ଲା ପ୍ରଶାସନ ଓ ପାଇକ ମହାସଂଘ ର ନିଷ୍ପତ୍ତି କ୍ରମେ ଉକ୍ତ ଘରଟିରେ ମନ୍ଦିର କାର୍ଯ୍ୟାଳୟ ଚାଲୁଅଛି।ସେତେବେଳେ ପାଇକ ମହାସଂଘ କୁ ଜିଲ୍ଲା ପ୍ରଶାସନ ଘରଭଡା ବାବଦରେ ଏକ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଟଙ୍କା ମିଳୁନାହିଁ।ଖଣ୍ଡାୟତ ପାଇକ ମହାସଂଘ ୟର ସଦସ୍ୟ ମାନେ ଉକ୍ତ ଘରଟିକୁ ଫେରାଇ ଦେବାକୁ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଏଣ୍ଡାମେଣ୍ଟ କମିଶସକୁ ବାରମ୍ବାର ଦାବି କରିବାପରେ କୈ।ଣସି ସୁଫଳ ମିଳିନାହିଁ।ଉଗ୍ରତାରା ମନ୍ଦିରରେ ପାଇକ ମହାସଂଘ ସଦସ୍ୟ ମାନେ କେୟାର ଟେକର,

ମନ୍ଦିର ସୁରକ୍ଷା ନିମନ୍ତେ ସିକ୍ୟୁରିଟ ଗାର୍ଡ,କମ୍ପ୍ୟୁଟର ଅପରେଟର,ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଦୈନିକ ଦୁଇଜଣ ସୁରକ୍ଷା ଦାୟିତ୍ୱ ଆଦି ଦାୟିତ୍ୱ ଦିଆଯାଉ।ମନ୍ଦିରରେ ଅନୁଷ୍ଠିତ ବାର୍ଷିକ ରଜ ମହୋତ୍ସବରେ ପାଇକ ମାନଙ୍କୁ ସାମିଲ କରିବା ପାଇଁ ସ୍ଥାନୀୟ ପାଇକ ଖଣ୍ଡାୟତ ମହାସଂଘ ର ସଦସ୍ୟ ମାନେ ଦାବିକରିଛନ୍ତି।ମା ଉଗ୍ରତାରାପୀଠ ମନ୍ଦିର କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି ଖଣ୍ଡାୟତ ପାଇକ ମହାସଂଘ ସଦସ୍ୟ ମାନେ।














