୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ :-> ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ନୂତନ ଭାବେ ନିର୍ମାଣ କରାଯାଇଥିବା ବସ ଷ୍ଟାଣ୍ଡ କୁ ଭରଚୁଆଲ ମାଧ୍ୟମରେ ଉଦଘାଟନ କଲେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଗଣିଆ ବସ ଷ୍ଟାଣ୍ଡ ପରିସରରେ ସ୍ୱତନ୍ତ ଭାବେ ଆୟୋଜନ କରାଯାଇଥିଲା, ଏହି ସ୍ୱତତ୍ର କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା,

ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ, ନୟାଗଡ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା, ଗଣିଆ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ଜ଼ିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ଦଶପଲ୍ଲା ବ୍ଲକ ଅଧକ୍ଷା ଶ୍ରୀମତୀ ସୁନନ୍ଦା ସାହୁ, ଗଣିଆ ବ୍ଲକ ର ପୂର୍ବତନ ଅଧକ୍ଷ ତଥା ସାଂସଦ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଶେଷ ଦେବ ସ୍ୱାଇଁ ଙ୍କ ସହିତ ବରିଷ୍ଟ ନାଗରିକ ,

ଜନପ୍ରତିନିଧି, ମହିଳା, ଗଣିଆ ଆଞ୍ଚଳିକ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ,ଗଣିଆ ବ୍ଲକ ର ଅନେକ ଲୋକ ସୁବିଧା ସୁଯୋଗ ପାଇଁ ପାରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ, ସର୍ବଶେଷରେ ଗଣିଆ ବ୍ଲକ ର ଜନସାଧାରଣ ମାନେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇ ଥିଲେ,



















