No Result
View All Result

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଦ୍ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପ୍ରେରିତ ଚନ୍ଦ୍ରପାନ -୩ ର ସଫଳତାର ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ଏହି ଅବିସ୍ମରଣୀୟ ଅବସରରେ ଇସ୍ରୋ ୟୂ ଟିୟୁବ୍ ଚ୍ୟାନେଲ ମାଧ୍ୟମରେ ବଡ ପରଦାରେ ସୂଚନା ଲୋକସଂପର୍କ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଚନ୍ଦ୍ରପାନ-୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ଲାଇଭ କାର୍ଯ୍ୟକ୍ରମ ଦେଖିଥିଲେ।

ବିଦ୍ଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏହି ଲାଇଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ , ଯୁଗ୍ମ ନିର୍ଦ୍ଦେଶକ ଏବଂ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଅତ୍ୟନ୍ତ ଉତ୍ସାହ ର ସହ ଚନ୍ଦ୍ରଯାନ-୩ ର ସଫଳ ଅବତରଣ କାର୍ଯ୍ୟକ୍ରମ ଦେଖିଥିଲେ ।


No Result
View All Result