• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ଲିପ୍‌ଡ ଡିସ୍କ, ସାୟାଟିକା ପାଇଁ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ

Proprietor Abhimanyu Maharana by Proprietor Abhimanyu Maharana
August 24, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ସ୍ଲିପ୍‌ଡ ଡିସ୍କ, ସାୟାଟିକା ପାଇଁ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ
Share on FacebookShare on TwitterWhatsapp

୩ଡି ଏଣ୍ଡୋସ୍ପାଇନ୍ ସର୍ଜିରୀ ଖୁବ୍ କମ୍ ଯନ୍ତ୍ରଣା ସହ ସ୍ଲିପ୍‌ଡ ଡିସ୍କ, ସାୟାଟିକାର ଚିକିତ୍ସା କରିଥାଏ : ବିଶେଷଜ୍ଞ

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ମେରୁଦଣ୍ଡ ଓ ମେରୁହାଡର ଦୁଇଟି ସବୁଠାରୁ ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗ ସ୍ଲିପ୍‌ଡ ଡିସ୍କ ଓ ସାୟାଟିକାକୁ ଏବେ ଖୁବ୍ କମ୍ ଯନ୍ତ୍ରଣା ସହ ସଫଳତାର ସହ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱରର ବିଶିଷ୍ଟ ଏଣ୍ଡୋସ୍କୋପିକ୍ ସର୍ଜନ ଓ ଅର୍ଥୋପେଡିସିଆନ୍ ଡକ୍ଟର ପିସି ଦେ କହିଛନ୍ତି । ଡଃ ଦେ କହିଛନ୍ତି, ଅତ୍ୟାଧୁନିକ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ ହେଉଛି । ଏହାକୁ ସର୍ବନିମ୍ନ ଇନ୍‌ଭାସିଭ୍ ଟେକ୍‌ନିକ୍ ଭାବେ ବିଚାର କରାଯାଉଛି ।

୩ଡି ଏଣ୍ଡୋସ୍କୋପିକ୍ ସର୍ଜରୀ ଭଳି ଆଧୁନିକ ଚିକିତ୍ସା ବିଜ୍ଞାନର ଆଗମନ ସହିତ ଏଭଳି ରୋଗଗୁଡିକର ଚିକିତ୍ସା ଓ ଅସ୍ତ୍ରୋପଚାରକୁ ସର୍ବନିମ୍ନ ଇନ୍‌ଭାସିଭ୍ ଟେକ୍‌ନିକ୍‌ଗୁଡିକ ସହ କରାଯାଇପାରିବ । ଏଭଳି ପଦ୍ଧତିଗୁଡିକ ଚିକିତ୍ସା ସମୟରେ ଖୁବ୍ କମ୍ ରକ୍ତ କ୍ଷୟ, ଅସ୍ତ୍ରୋପଚାର ପାଇଁ ଛୋଟ ଛେଦନ ଓ ଗାତ ଏବଂ ରୋଗୀଙ୍କ ଶୀଘ୍ର ଆରୋଗ୍ୟ ସୁନିଶ୍ଚିତ କରିଥାଏ । ଡଃ ଦେ ଭୁବନେଶ୍ୱରସ୍ଥିତ ନିଜ କ୍ଲିନିକ୍‌ରେ ଗତ ୧ ବର୍ଷ ୮ ମାସ ମଧ୍ୟରେ ଏଭଳି ୨୨୦୦ରୁ ଅଧିକ ଅସ୍ତ୍ରୋପଚାର ଓ ଚିକିତ୍ସା କରିଛନ୍ତି । ଏହାପୂର୍ବରୁ ସେ ଗତ ୧୬ ବର୍ଷ ହେବ ଅସ୍ତ୍ରୋପଚାର ପାଇଁ ୨ଡି ଏଣ୍ଡୋସ୍ପାଇନ୍ ଟେକ୍ନୋଲୋଜିର ବ୍ୟବହାର କରିଆସୁଥିଲେ । ସେ କହିଛନ୍ତି ଏଭଳି ଟେକ୍ନୋଲୋଜି ଓଡିଶାରେ ପ୍ରଥମ ଥର ପାଇଁ ଏବଂ ବିଶ୍ୱରେ ୨ୟ ଥର ପାଇଁ ଆରମ୍ଭ ହୋଇଛି ।

ଏହି ଦୁଇଟି ରୋଗ ଲୋକଙ୍କ ମଧ୍ୟରେ ସାଧାରଣ ରୂପେ ଦେଖାଯାଉଥିବା ବ୍ୟାକ୍ ପେନ୍ ବା ଅଂଟା ଯନ୍ତ୍ରଣା ସମସ୍ୟାର ମୁଖ୍ୟ କାରଣ ଅଟେ । ଏଭଳି ଅଧିକାଂଶ ମାମଲାରେ ସ୍ନାୟୁଗୁଡିକ ସଙ୍କୁଚିତ ହୋଇଯାଏ, ଯାହାଫଳରେ ଯନ୍ତ୍ରଣା ଦ୍ରୁତ ବେଗରେ ବଢିଯାଏ । ଯଦି ସଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ବେଳେବେଳେ ଏହା ପାଦରେ ବଧିରା ଓ ଫୋଡିଲା ଭଳି ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । ୱେସ୍ (ୱାର୍ଲ୍ଡ ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସୋସାଇଟି)ର ମାନନୀୟ ସମ୍ପାଦକ ଡକ୍ଟର ଦେ କହିଛନ୍ତି, “ଅଂଟା ଯନ୍ତ୍ରଣା ହେଉଛି ବର୍ତମାନ ଶତାବ୍ଦୀରେ ଶୁଣାଯାଉଥିବା ସବୁଠାରୁ ସାଧାରଣ ଅଭିଯୋଗ । ସାଧାରଣ ହେବା ବ୍ୟତୀତ ଏହା ଖୁବ୍ ଯନ୍ତ୍ରଣାଦାୟକ ଓ କଷ୍ଟଦାୟକ ମଧ୍ୟ ଯାହା ଦୈନନ୍ଦିନ କାର୍ଯ୍ୟରେ ସୀମିତତା ସୃଷ୍ଟି କରିଥାଏ ।

ଆକଳନ କରାଯାଇଛି ଯେ, ୭୭% ଲୋକଙ୍କଠାରେ ଅଂଟା ଯନ୍ତ୍ରଣା ରହିଛି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୩୫% ଲୋକଙ୍କଠାରେ ସେମାନଙ୍କ ଜୀବନକାଳ ମଧ୍ୟରେ ସର୍ବନିମ୍ନ ଥରେ ସାୟାଟିକା ରୋଗ ଦେଖାଦେଇଛି । ଏମ୍‌ଆର୍‌ଆଇର ଆଗମନ ସହିତ ଅଂଟା ଯନ୍ତ୍ରଣାର କାରଣକୁ ଖୁବ୍‌ଶୀଘ୍ର ଏବଂ ପ୍ରାୟ ୧୦୦% ସଠିକତା ସହ ନିଦାନ କରାଯାଇପାରୁଛି । ଚଳିତ ଅଗଷ୍ଟ ୨୩ ରୁ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଏହିଭଳି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।” ଡଃ ଦେ ହେଉଛନ୍ତି ଓଡିଶାରେ ଏଣ୍ଡୋସ୍ପାଇନ୍ ସର୍ଜରୀର ଅଗ୍ରଦୂତ ଏବଂ ବିଶ୍ୱରେ ଅନ୍ୟତମ ଅଗ୍ରଦୂତଙ୍କ ମଧ୍ୟରୁ ଜଣେ । ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦ୍ଧତିକୁ ଫ୍ରାନ୍ସର ଅଗ୍ରଦୂତ ଡକ୍ଟର ଜିନ୍ ଡେଷ୍ଟାଣ୍ଡାଉଙ୍କଠାରୁ ପ୍ରତ୍ୟକ୍ଷ ଭାବେ ଶିଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜରୀ ଅଂଟା ଯନ୍ତ୍ରଣା ସମସ୍ୟା ପାଇଁ ସର୍ବଶେଷ ପରିଚାଳନା ଧାରା ଅଟେ । ଡଃ ଦେ’ ନିଜେ ଏହି ପଦ୍ଧତି ସହିତ ୨୮୦୦ରୁ ଅଧିକ ସର୍ଜରୀ କରିଛନ୍ତି । ଏହା ନିଦାନ କ୍ଷେତ୍ରରେ ପ୍ରାୟ ୧୦୦% ସଫଳତା ଏବଂ ଓପନ୍ କିମ୍ବା ମାଇକ୍ରୋ ସ୍ପାଇନ୍ ସର୍ଜରୀ ଭଳି ପାରମ୍ପରିକ ପଦ୍ଧତିଗୁଡିକ ତୁଳନାରେ ପରିଚାଳନାଗତ ଲକ୍ଷ୍ୟରେ ବହୁଗୁଣ ସଠିକତା ହାସଲ କରିଛି ବୋଲି ସେ କହିଛନ୍ତି ।” ଡଃ ଦେ ବ୍ୟାଖ୍ୟା କରିଛନ୍ତି ଯେ ଏହି ପଦ୍ଧତି ଅଧିନରେ ଅସ୍ତ୍ରୋପଚାର ବେଳେ ରୋଗୀଙ୍କଠାରେ ପ୍ରାୟ ୧୬ଏମ୍‌ଏମ୍‌ରୁ ୧୮ ଏମ୍‌ଏମ୍ ମଧ୍ୟରେ ଏକ ଛୋଟ ଛେଦନ କରାଯାଇଥାଏ । “ଏଣ୍ଡୋସ୍କୋପିକ୍ ଉପକରଣ ଯେପରିକି ଏକ ୪ଏମ୍‌ଏମ୍ ୩ଡି କ୍ୟାମେରା, ଲାଇଟ୍ ଓ ଏକ ଡିକମ୍ପ୍ରେସରକୁ ଗଭୀର ଢାଂଚାଗୁଡିକୁ ଦେଖିବା ପାଇଁ ବ୍ୟବହାର କରାଯାଇଥାଏ ଯାହାକୁ ପ୍ରାୟ ୬୦ରୁ ୮୦ ଗୁଣ ବଢାଯାଇଥାଏ, ଯାହାଫଳରେ ନିଦାନ ଏକ ଉତମ ଶୈଳୀରେ ସମ୍ଭବ ହୋଇପାରିଥାଏ ।

ଶରୀର ଭିତରେ ଯନ୍ତ୍ରଣା ସୃଷ୍ଟି କରୁଥିବା ସ୍ନାୟୁ କେନ୍ଦ୍ର ଯେପରିକି ଡିସ୍କ ମ୍ୟାଟେରିଆଲ, ପାଥୋଲୋଜିକାଲ ବୋନି ପ୍ରୋଜେକ୍ସନ ଓ ଥିକେଣ୍ଡ ଲିଗାମେଂଟ୍‌ଗୁଡିକୁ ଏହି ପଦ୍ଧତି ମାଧ୍ୟମରେ ସଠିକ୍ ଭାବେ ଦୂର କରାଯାଇପାରିଥାଏ । ଏହା ପ୍ରଭାବିତ ସ୍ନାୟୁଗୁଡିକର ଅଂଶର ଡିକମ୍ପ୍ରେସନରେ ସାହାଯ୍ୟ କରିଥାଏ । ଏଭଳି ଅସ୍ତ୍ରୋପଚାଗୁଡିକ ଛେଦନ, ଅସ୍ତ୍ରୋପଚାର ଓ ଦୀର୍ଘଦିନ ହସ୍ପିଟାଲରେ ରହଣୀ ସମେତ ପାରମ୍ପରିକ ଅସ୍ତ୍ରୋପଚାର ତୁଳନାରେ ଖୁବ୍ କମ୍ ଯନ୍ତ୍ରଣାଦାୟକ ହୋଇଥାଏା ।,” ବୋଲି ଡଃ ଦେ କହିଛନ୍ତି । ଡଃ ଦେ’ଙ୍କ ମତରେ, “ଏଣ୍ଡୋସ୍କୋପିକ୍ ସ୍ପାଇନାଲ ସର୍ଜରୀଗୁଡିକରେ ରୋଗୀ ଅସ୍ତ୍ରୋପଚାରର ୩ରୁ ୪ ଘଂଟା ମଧ୍ୟରେ ଟଏଲେଟ୍ ଯିବାକୁ ସକ୍ଷମ ହୋଇପାରନ୍ତି ଏବଂ ପର ଦିନ ଘରକୁ ଯାଇପାରିଥାନ୍ତି । ଏହି ଅସ୍ତ୍ରୋପଚାର ରୋଗୀଙ୍କୁ କମ୍ ଯନ୍ତ୍ରଣା ଓ ଛେଦନ ଦେଇଥାଏ ଏବଂ ଏହାର ଆରୋଗ୍ୟ ସମୟ ଅଧିକ ଦ୍ରୁତ ହୋଇଥାଏ । ଏହି ପଦ୍ଧତି ସହିତ ଏଭଳି ଅସ୍ତ୍ରୋପଚାର ପରେ ରୋଗ ପୁଣିଥରେ ଫେରିବାର ସମ୍ଭାବନା ଖୁବ୍ କମ୍ ଥାଏ ।”

ଡଃ ଦେ ଏଣ୍ଡୋସ୍ପାଇନ୍ ଭଳି ନୂତନ ଆଧୁନିକ ମେଡିକାଲ ଟେକ୍ନୋଲୋଜିଗୁଡିକ ସହିତ ନିଜ ସମୁଦାୟର ଅନ୍ୟ ଡାକ୍ତରମାନଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି । ନିୟମିତ ବ୍ୟବଧାନରେ ଡଃ ଦେ, ଏଣ୍ଡୋସ୍ପାଇନ୍ ଉପରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସମ୍ମିଳନୀର ଆୟୋଜନ ମଧ୍ୟ କରୁଛନ୍ତି । ସେ ୱେସ୍ (ୱାର୍ଲ୍ଡ ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସୋସାଇଟି) କଂଗ୍ରେସର ଅଂଶ ଅଟନ୍ତି ଏବଂ ଭାରତ ଓ ଅନ୍ୟ ଦେଶଗୁଡିକର ଅର୍ଥୋ ଓ ନ୍ୟୁରୋସର୍ଜନମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଫୋରମ୍‌ର ବ୍ୟବହାର କରୁଛନ୍ତି । ସେ ନ୍ୟୁରୋ ଓ ଅର୍ଥୋ ସର୍ଜନମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଭାରତ ଓ ବିଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିଥାନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version