No Result
View All Result

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱ।ର୍ଡ଼ ପାହାଳ ନିକଟସ୍ଥ କୁଣ୍ଡିତରାପାଟଣା ଗ୍ରାମର , ମିଠା ବ୍ୟବସାୟୀ ସୁକାନ୍ତ କୁମାର ବେହେରାଙ୍କର ଆଜି ଥିଲା ଏକାଦଶାହ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭଦ୍ରବ୍ୟକ୍ତି, ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି ,ସାଙ୍ଗସାଥି ମାନେ ଯୋଗ ଦେଇ ସୁକାନ୍ତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୁକାନ୍ତ ଜଣେ ମିଷ୍ଟଭାଷୀ, ପର ଉପକାରୀ, ଭଦ୍ରବ୍ୟକ୍ତି ଥିଲେ ।

ସେ ସବୁବେଳେ ସାଙ୍ଗସାଥିଙ୍କୁ ଦେଖିଲେ ହସିଦେଇ କୁଣ୍ଢେଇ ପକାଇବା ସହିତ କେମିତି ଅଛୁ ବୋଲି ପଚାରୁଥିଲେ । ତାଙ୍କର ଅକାଳ ବିୟୋଗ ସମସ୍ତ ସାଙ୍ଗସାଥିଙ୍କୁ ବ୍ୟଥିତ କରିଛି। ଆୟୋଜିତ ଶ୍ରଦ୍ଧାଞ୍ଜଳି ଉତ୍ସବରେ ଲକ୍ଷଣ ପଟ୍ଟନାୟକ , ଅବସରପ୍ରା ଶିକ୍ଷକ ବରଦାକାନ୍ତ ଖଟୁଆ, ସାଥି ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଶୋକ କୁମାର ବରାଳ, ଶିଶିର କୁମାର ନାୟକ, ଶରତ କୁମାର ବେହେରା, ଅମୂଲ୍ୟ କୁମାର ବାରିକ , ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ସୁକାନ୍ତ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉତ୍ସବରେ ସୁକାନ୍ତ ଙ୍କ ଭାଇ , ପରିବାରବର୍ଗ , ବନ୍ଧୁ , ସାଙ୍ଗସାଥି, ଆତ୍ମିୟ ସ୍ୱଜନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


No Result
View All Result