କ୍ରିକେଟ୍ରେ ସ୍ଥିରତା ଓ ଅଭିଳାଷ ଯେଭଳି ବିଜୟ ପ୍ରଦାନ କରିଥାଏ, ଡେନ୍ଭର ମଧ୍ୟ ପୁରୁଷ ଗ୍ରୁମିଂ ବର୍ଗରେ ସୁଗନ୍ଧ ଦୁନିଆରେ ସଫଳତା ହାସଲ କରିଛି । ମୋର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ସେହି ଲୋକମାନଙ୍କୁ ଅନୁପ୍ରାଣିତ କରିବ ଯେଉଁମାନେ ଜୀବନର ପ୍ରତିଟି ଦିଗରେ ସଫଳତା ହାସଲ କରିବାକୁ ଚାହୁଛନ୍ତି ।’’ ଏଚ୍ଏସ୍ପିଏଲ୍ର ଏମ୍ଡି ଓ ସିଇଓ ଶ୍ରୀ ସୌରଭ ଗୁପ୍ତା କହିଛନ୍ତି ଯେ, “ସୌରଭ ଗାଙ୍ଗୁଲିଙ୍କୁ ଡେନଭର ପରିବାରକୁ ସ୍ୱାଗତ କରି ଆମେ ବେଶ ଆନନ୍ଦିତ । ଜଣେ କ୍ରିକେଟ୍ ତାରକାଠାରୁ ସୌରଭ ଗାଙ୍ଗୁଲି ଆହୁରି ବହୁତ କିଚଇ ପାଇଁ ପରିଚିତ । ସେ ହେଉଛନ୍ତି କଠିନ ପରିଶ୍ରମ, ନିଷ୍ଠା ଓ ଉତ୍କର୍ଷ ସନ୍ଧାନର ବିଶ୍ୱ ବିଜୟୀ ପ୍ରତୀକ । ସେ ନିଜ ଦମ୍ରେ ଜଣେ କିମ୍ବଦନ୍ତୀରେ ପରିଣତ ହୋଇଛନ୍ତି । ଉଭୟ ପଡ଼ିଆ ଭିତରେ ଓ ବାହାରେ ସେ ବେଶ ଲୋକପ୍ରିୟ ଥିବା ବେଳେ କ୍ରିକେଟ୍ ପ୍ରଶଂସକ ଓ ଯୁବପିଢ଼ିଙ୍କ ସହ ତାଙ୍କର ଅତୁଳନୀୟ ସମ୍ପର୍କ ରହିଥିବାରୁ ଆମେ ବିଶ୍ୱାସ କରୁଛୁ ଯେ ତାଙ୍କ ପରି ପ୍ରଭାବଶାଳୀ ଢଙ୍ଗରେ ଡେନ୍ଭର୍ ବ୍ରାଣ୍ଡ୍କୁ ଅନ୍ୟ କେହି ଉପସ୍ଥାପନ କରିପାରିବେ ନାହିଁ । ଆମେ ଆମ ଗ୍ରାହକଙ୍କୁ ଅନୁପ୍ରାଣିତ ଓ ସଶକ୍ତ କରିବାକୁ ଚାହୁଥିବା ବେଳେ ଏହି ସହଯୋଗିତା ଡେନ୍ଭର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ିବ ।’’ ଡେନ୍ଭର୍ର ବ୍ରାଣ୍ଡ୍ ମ୍ୟାନେଜର ଆଦିତ୍ୟ ଯାଦବ କହିଛନ୍ତି ଯେ, “ଏହି ନୂଆ ପ୍ରଚାର ଅଭିଯାନକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ କାରଣ ଜଣେ ପ୍ରଶଂସକ ଭାବେ ତାଙ୍କ ସହିତ କାମ କରି ମୁଁ ବହୁତ ଖୁିସି । ଡେନ୍ଭରକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇବାକୁ ଆମେ ଚାହିରହିଛୁ । ଏହା ଆମ ପାଇଁ ଏକ ବିଜୟୀ ମାଇଲଖୁଂଟ ସାବ୍ୟସ୍ତ ହେବ ।
© 2023 Odisha Taza News.