No Result
View All Result
୨୧ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢ଼ାଇବା ର ବ୍ୟବସ୍ଥା କରୁଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ଅର୍ଥକୁ ଲୁଟ୍ କରି ଅଧିକାରୀ ଓ କର୍ତୃପକ୍ଷ ମାଲେମାଲ ହେଉଛନ୍ତି। ସେମାନଙ୍କୁ ଉଚିତ ପରିମାଣରେ ଖାଦ୍ୟ ଯୋଗାଇ ଦେଉନଥିବା ବେଳେ ଏବେ ନିମ୍ନ ମାନର ଖାଦ୍ୟ ଖାଇ ୪୭ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ଥିବା ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ବେଷା ହଷ୍ଟେଲରେ ରହୁଥିବା ୪୭ ଜଣ ଛାତ୍ରଛାତ୍ରୀ ନିମ୍ନ ମାନର ଖାଦ୍ୟ ଖାଇ ଅସୁସ୍ଥ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଅଛି। ରାଜ୍ୟ ବସରକାରଙ୍କ ଅର୍ବାନ ଏଜୁକେସନ ପ୍ରୋଗ୍ରାମର ଅନ୍ୱେଷା ଯୋଜନାରେ ଗୋଟିଏ ଛାତ୍ର ପିଛା ଏକ ବର୍ଷ କୁ ୪୦,୦୦୦ ଟଙ୍କା ଖର୍ଚ୍ଚ ଆସୁଥିବା ବେଳେ ସେଠାରେ ଥିବା କର୍ତ୍ତୁପକ୍ଷ ଅଧା ହଡ଼ପ କରି ଛୁଆମାନଙ୍କୁ ନିମ୍ନ ମାନର ଖାଦ୍ୟ ଯୋଗାଉଥିବା ଅଭିଯୋଗ ହେଉଛି।

ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହୋଇ ପଡ଼ୁଥିବା ବେଳେ ଆଜି ନିମ୍ନ ମାନର ଖାଦ୍ୟ ସହ ବାସି ଭାତ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ରହିଛି ଏ ବିଷୟରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଖବର ପାଇ ଉପଖଣ୍ଡ ଚିକିତ୍ସାଳୟକୁ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରି ପରେ ଅନ୍ୱେଷା ହଷ୍ଟେଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସହ ଅନ୍ୟାନ୍ୟ ସମସ୍ୟା ପଚାରି ବୁଝିଥିଲେ । ହଷ୍ଟେଲ ଅତିରିକ୍ତ ସୁପରିଟେଣ୍ଡେଟ ସରିତା ମହାପାତ୍ରଙ୍କୁ ଟିକିନିକି ଧ୍ୟାନ ଦେବାକୁ ନିର୍ଦ୍ଦେଶ କରିଥିଲେ ।

ଆଜି ସକାଳେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶିଙ୍କୁ ଅବିଭାବକ ମାନେ ଅନ୍ୱେଷା ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗ କରିଥିଲେ । ହଷ୍ଟେଲ ଚାର୍ଜରେ ଅଧିକାରିଣୀଙ୍କ ଅବହେଳା ଓ ମନମାନି ଯୋଗୁଁ ଏଭଳି ଅବସ୍ଥା ଘଟୁଛି ବୋଲି ସାଂସଦ ନିନ୍ଦା କରିଛନ୍ତି । ହଷ୍ଟେଲ ସୁପରିଟେଣ୍ଡେଟ ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଫୋନ ମାଧ୍ୟମରେ ଅବଗତ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ହଷ୍ଟେଲ ସୁପରିଟେଣ୍ଡେଟଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଦାବୀ ଜଣେଇଛନ୍ତି । ବହିଷ୍କାର ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।


No Result
View All Result