୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ ବ୍ଲକରେ ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର’ କାର୍ଯ୍ୟକ୍ରମରେ ଶ୍ରୀମୟେ ଶ୍ୱେତା ମିଶ୍ର ଯୋଗ ଦେଇ ୧୨୪ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ପ୍ରାୟ ୫୫.୬୨ଲକ୍ଷ ଟଙ୍କାର ବିଭିନ୍ନ ସହାୟତା ବଣ୍ଟନ କଲି ।
ନୂତନ ଭାବେ ପଞ୍ଜିକୃତ ୨୭୨ଜଣ ନିର୍ମାଣ ଶ୍ରମିକ ଭାଇଭଉଣୀ ମାନଙ୍କୁ କାର୍ଡ ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁଙ୍କ ସମେତ ପଂଚାୟତ ସମିତି ଅଧ୍ୟକ୍ଷ, ବେଗୁନିଆ ବ୍ଲକ ବିଡିଓ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଭାଇଭଉଣୀମାନଙ୍କ ସମେତ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।