୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର କଲ୍ୟାଣ ମଣ୍ଡପ ଏବଂ ବାହାଡ ଝୋଲା କଲ୍ୟାଣ ମଣ୍ଡପ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୧୩୮୧ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ ।
ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ସଚିଦା ନନ୍ଦ ମିଶ୍ର, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଜସ୍ମିନ ଦାସ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ଙ୍କ ସମେତ ୧୨ ଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।
ଏହିପରି ଭାବେ ନୂଆଗାଁ ବ୍ଲକ୍ ରେ ୨୨ ଟି ପଞ୍ଚାୟତ ରେ ୨୩୫୯ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଦଶପଲ୍ଲା ବିଧାୟକ ଭତ୍ତା ବଣ୍ଟନ କରିଛନ୍ତି । ଭତ୍ତା ପାଇଥିବା ହିତାଧିକାରୀ ଅତ୍ୟନ୍ତ ଖୁସି ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ଦଶପଲ୍ଲା ବିଧାୟକ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି ।
ଆଜିର କାର୍ଯ୍ୟକ୍ରମ କୁ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାଗରିକା,ରଘୁନାଥ ସାହୁ ଙ୍କ ସମେତ ୧୨ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସହଯୋଗ କରିଥିଲେ । ଗତ କାଲି ୧୦ ଟି ପଞ୍ଚାୟତ ର ହିତାଧିକାରୀ ଙ୍କୁ ଦଶପଲ୍ଲା ବିଧାୟକ ଭତ୍ତା ବଣ୍ଟନ କରିଥିଲେ ।
















