୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମ ଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସପ୍ୟାରେଡ ତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ୧୯୯୭ ବ୍ୟାଚ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି .୨୦୨୨-୨୩ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି ।

ଷଷ୍ଠ ଶ୍ରେଣୀର ଭାଗ୍ୟଲକ୍ଷ୍ମୀ ପାତ୍ର, ସପ୍ତମ ଶ୍ରେଣୀର ଅଂଶୁମାନ ବେହେରା, ଅଷ୍ଟମ ଶ୍ରେଣୀର ଶୁଭଲକ୍ଷ୍ମୀ ସାମନ୍ତରାୟ, ନବମ ଶ୍ରେଣୀର ସ୍ୱୟମ୍ ପ୍ରକାଶ ମହାପାତ୍ରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ଟପ୍ପର ହୋଇଥିବା ପପୁନ ପାତ୍ରଙ୍କୁ ଟ୍ରଫି ସହ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ସେହିଭଳି ବ୍ରହ୍ମପୁର ଏନ ସି ସି କ୍ୟାମ୍ପରେ ଗୁଳି ଚାଳନାରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟକୁ ଗୌରବାନ୍ଵିତ କରିଥିବା ଏବଂ ସ୍ୱାଧୀନତା ଦିବସ ପ୍ୟାରେଡରେ କି ବୋର୍ଡ ବାଦନ କରି ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିଥିବା ବିଶ୍ଵଜିତ ପାତ୍ରଙ୍କୁ ମଧ୍ୟ ପୁରାତନ ଛାତ୍ରମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟର ୧୯୯୭ ବ୍ୟାଚର ପୁରାତନ ଛାତ୍ରମାନେ ନିଜ ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅଭିନବ ପ୍ରୟାସ କରୁଛନ୍ତି। କେବଳ ପାଠ ପଢାରେ ନୁହେଁ ପିଲାମାନଙ୍କର ଅନ୍ୟ ପ୍ରତିଭା ଯଥା- ଖେଳ, ସଙ୍ଗୀତ,କଳା ଇତ୍ୟାଦି କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା

ଓ ଦକ୍ଷତା ଥିବା ପିଲାମାନଙ୍କୁ ସମ୍ମାନିତ କରିବା ପାଇଁ ଗତ ବର୍ଷ ଠାରୁ ଏହି ପ୍ରୟାସ ଜାରି ରଖିଛନ୍ତି । ତେଣୁ ଗତ ବର୍ଷଠାରୁ ସେମାନେ ବିଦ୍ୟାଳୟର ମେଧାବୀ ଏବଂ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ପଲେଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁନିଲ ମହାନ୍ତି ଓ ଅନ.














