• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚାରିଗାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳୀ

Proprietor Abhimanyu Maharana by Proprietor Abhimanyu Maharana
August 12, 2023
in ଓଡ଼ିଶା, କେନ୍ଦ୍ରାପଡା, ହୋମ୍
0
ଚାରିଗାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳୀ
Share on FacebookShare on TwitterWhatsapp

୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ମାହାଙ୍ଗା :->  ମୋ ଗାଁ ଚାରିଗାଁ , କେନ୍ଦ୍ରାପଡ଼ା ଜିଲ୍ଲା ଏବଂ କେନ୍ଦ୍ରାପଡ଼ା ବ୍ଲକ ଅଧିନସ୍ଥ ଆମ ଗାଁ । ବ୍ରାହ୍ମଣୀ ନଦୀ କୂଳରେ ଏକ ଅଖ୍ଯାତ ପଲ୍ଲୀ ଚାରିଗାଁ । ଜନଶୃତି ଅନୁଯାୟୀ “ଚାରୁ” ନାମ୍ନୀ ଜଣେ ମହିୟସୀ ମହିଳାଙ୍କ ନାମାନୁସାରେ ଆମ ଗାଁ ଚାରିଗାଁ । କିଛି ଲୋକଙ୍କ ମତ ଅନୁସାରେ ପୋଲସାହି , ବାଲିସାହି , କଦଳୀ ଗୋରଡ଼ା ଏବଂ ଗଣ୍ଡସାହି ଏହିପରି ଚାରିଗୋଟି ସାହିକୁ ନେଇ ଆମ ଗାଁ ଚାରିଗାଁ ନାମିତ । ଏଠି ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ଆରାଧ୍ୟ ଦେବତା , ଜନଶ୍ରୁତି କୁହେ ଅନେକ ବର୍ଷ ପୂର୍ବେ ଆମ ଗାଁର ଚକ୍ରଧର ନାୟକଙ୍କୁ ସ୍ବପ୍ନାଦେଶ ପାଇ ପୁଅ ହରେକୃଷ୍ଣ ନାୟକଙ୍କୁ ସାଥିରେ ନେଇ ବ୍ରାହ୍ମଣୀ ନଦୀରୁ ମହାପ୍ରଭୁଙ୍କୁ ଆଣି ନିଜ ଘରେ ପୂଜା କରୁଥିଲେ

ତତ୍କାଳୀନ ଆଳିର ରାଜା ଏ ଖବର ପାଇ ମହାପ୍ରଭୁଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପିତ କରିବା ସହ ନୀତି କାନ୍ତି ନିମନ୍ତେ ଜମି ଯୋଗାଇ ଦେଇଥିଲେ । ପ୍ରକାଶ ଥାଉକି ହରେକୃଷ୍ଣ ନାୟକଙ୍କ ପୁତ୍ର ଗୋଖାରାମ ନାୟକ ଏବଂ ଗୋଖାରାମ ନାୟକଙ୍କ ତିନି ପୁତ୍ର ଯଥା ମହେଶ୍ବର ନାୟକ , ପୀତାମ୍ବର ନାୟକ ଏବଂ ବିଶ୍ବମ୍ବର ନାୟକ । ମୋର କହିବା ଉଦ୍ଦେଶ୍ୟ ହେଲା ମହାପ୍ରଭୁ ଚାରିଗାଁରେ କେତେ ବର୍ଷ ହେଲା ପାଦଦେଇଛନ୍ତି ତାର ହିସାବ ନାହିଁ ହେଲେ ବର୍ତ୍ତମାନ ଚକ୍ରଧର ନାୟକଙ୍କର ଛ’ ପିଢ଼ି ଚାଲିଛି ସେଇଥିରୁ ଅନୁମାନ କରାଯାଇ ପାରେ ମହାପ୍ରଭୁ କେତେ ବର୍ଷ ହେଲା ଆସି ଆମକୁ ଧନ୍ୟ କରିଛନ୍ତି ।

ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣଧିନ । ଯଦି କେହି ଜଗନ୍ନାଥ ପ୍ରେମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଦେବାକୁ ଇଛୁକ ତେବେ Sri Jagannath Mahaprabhu Trust , Saving Account Number :6756 0001 0005 5085 ଏବଂ Current Account Number: 6756 0021 0000 1581 , IFC: PUNB0675600 , Branch: Punjab National Bank , CDA , Bidanashi , Cuttack , Odisha ଆକାଉଣ୍ଟରେ ସିଧାସଳଖ ଦାନ ଦେଇ ପାରିବେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମାନୁସାରେ ଆମ ଗାଁର ବିଦ୍ୟାଳୟ ଶ୍ରୀଜଗନ୍ନାଥ ଉ:ପ୍ରା ବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ । ସେହିପରି ପ୍ରତ୍ୟେକ ସାହିକୁ ସୁରକ୍ଷା ଦେବା ନିମନ୍ତେ ଗ୍ରାମଦେବୀ ଅଛନ୍ତି ଯଥା: ପୋଲସାହିରେ ବଟମଙ୍ଗଳା , ବାଲିସାହିରେ “ମା ପଞ୍ଚୁରାହୀ” , କଦଳୀ ଗୋରଡ଼ା ଠାରେ “ମା ମାନ୍ଯାମଙ୍ଗଳା , ଏବଂ ଗଣ୍ଡସାହିରେ “ମା ଅନ୍ତକୁମାରୀ” ଏହା ବ୍ଯତିତ ମାଳମା ସାତଭଉଣି ମାଳବଣରେ ରହିଛନ୍ତି ସେହି ମାଳବଣ ଏକ ଦର୍ଶନୀୟ ସ୍ଥାନ ଯେଉଁ ଠାରେ ଏବେ ଇକୋ ପାର୍କ ହୋଇ ତାର ମାନକୁ ଦ୍ବିଗୁଣିତ କରିଦେଇଛି । ଚାରିଗାଁର ବାଦୀପାଲା ମଣ୍ଡପ ବହୁ ପ୍ରାଚୀନ ତାର ଇତିହାସ ଅଜଣା ହେଲେବି ପୂଜ୍ଯପୂଜା ଅନୁଷ୍ଠାନ ପକ୍ଷରୁ “ବାଦୀପାଲା ଦୁଇଶହ ବର୍ଷ” କିଛି ବର୍ଷ ତଳେ ପାଳିତ ହୋଇଯାଇଅଛି ।

ଚାରିଗାଁର ବାଦୀପାଲା , ଅଷ୍ଟପ୍ରହରି , ଯଜ୍ଞ , ଦୋଳଯାତ୍ରାର ଅନୁଭବ ନିଆରା । ସେହିପରି ଗାଁରେ ସୃଜନ ସାହିତ୍ୟ ସୃଷ୍ଟି କରିବା ନିମନ୍ତେ ଗଢ଼ି ଉଠିଥିଲା ଆମ ଗାଁର ଆଉଏକ ଅନୁଷ୍ଠାନ “ଚାଷୀ ମୂଲିଆ ପାଠାଗାର” । ସେହି ପାଠାଗାର ମାଧ୍ୟମରେ ନିରକ୍ଷରଙ୍କୁ ସାକ୍ଷର କରିବା ସହିତ ଓଡ଼ିଆ ସାହିତ୍ୟର ପଠକ ସୃଷ୍ଟି କରାଯାଉଥିଲା । ଯେଉଁ ସମୟରେ ବହି ଛାପିବା ଅସମ୍ଭବ ଥିଲା ସେ ସମୟର ଯୁବକ ମାନେ ହାତରେ ଲେଖି ମୁଖପତ୍ର Magazine ପ୍ରସ୍ତୁତ କରୁଥିଲେ । ଦୁଃଖର ବିଷୟ ସେହି “ଚାଷୀ ମୂଲିଆ ପାଠାଗାର” ଆଜି ରାଜନୈତିକ ଚକ୍ରବ୍ଯୁହରେ ଅଭିମନ୍ୟୁ ସାଜି ମୃତ୍ୟୁବରଣ କରିଛି । ଚାରିଗାଁ ରାମଲୀଳା ଗୀତିନାଟ୍ୟର ଏକ ସ୍ବତନ୍ତ୍ର ପରିଚୟ ।

ଏହି ଗାଁର ଦୁଇଜଣ ବ୍ଯକ୍ତି ନାଟ୍ଯାଚାର୍ଯ୍ଯ କାଳନ୍ଦୀ ଚରଣ ଭୁୟାଁ ଏବଂ ଗୁରୁଜୀ ମହେଶ୍ବର ନାୟକ ରାମଲୀଳା ଲେଖିବା ସହିତ ନାଟ୍ଯ ନିର୍ଦ୍ଦେଶନା ଏବଂ ସଂଗୀତ ନିର୍ଦ୍ଦେଶନାରେ ଚାଲି ଆସୁଥିଲେ । କିଛି ବର୍ଷ ତଳେ ନାଟ୍ଯାଚାର୍ଯ୍ଯ କାଳନ୍ଦୀ ଚରଣ ଭୁୟାଁଙ୍କ ଦେହାନ୍ତ କଳା ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଗାଁର ପୁଅ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି , ସେମାନଙ୍କ ଭିତରେ ଅନ୍ଯତମ ବ୍ଯକ୍ତି ବିଶିଷ୍ଟ ବାଗ୍ମି ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହିତ ଉତ୍କଳ ବିଶ୍ବ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ । ସେ ଏକାଧାରରେ ଅଧ୍ୟାପକ , ପ୍ରବଚକ , ପ୍ରାବନ୍ଧିକ , ସମାଲୋଚକ ଏବଂ ସାହିତ୍ୟ ସଂଗଠକ ଭାବେ ସାରା ଭାରତବର୍ଷରେ ପରିଚିତ । ମୋ ଗାଁ ମୋ ଶ୍ରୀକ୍ଷେତ୍ର । ଜୟ ଶ୍ରୀଜଗନ୍ନାଥ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version