No Result
View All Result
୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ପୁରୀ :-> ଏହି କିଛି ବର୍ଷ ହେବ ଦେଖିବାକୁ ମିଳୁଛି ଯୁବ ପିଢ଼ିଙ୍କୁ ସମାଜ ସେବା କ୍ଷେତ୍ରରେ ସକ୍ରିୟ ଭୂମିକାରେ l ପୁରୀ ଜିଲ୍ଲାର ଆଇନୀଜୀବୀ ପପୁ ଦଳବେହେରା ସେବା ପାଇଁ ସମ୍ପୂର୍ଣ ସମୟକୁ ସମର୍ପିତ କରିଛନ୍ତି l ସେ ସାରା ଓଡିଶାରେ ସହ ସହ ଯୁବକ ଯୁବତୀଙ୍କୁ ସାଙ୍ଗରେ ନେଇ ଗଢି ତୋଳିଛନ୍ତି ଗୋଟିଏ ସମାଜ ସେଵୀ ସଂଗଠନ “ମାରୁତି ସେନା” ଯାହା ଓଡ଼ିଶାର ଏକ ଆଗ ଧାଡିର ସ୍ଵେଛା ସେଵୀ ସଂଗଠନ ଭାବେ ବେଶ କ୍ଷlତି ଅର୍ଜନ କରିଛି l ସଂଗଠନର ପ୍ରତିଷ୍ଠାତା ପପୁ ଦଳବେହେରାଙ୍କ ଜନ୍ମଦିନରେ ସଂଗଠନ ର ସଦସ୍ୟ ମାନେ ଏକ ନିଆରା ସେବା କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l

ପୁରୀ ଜିଲ୍ଲା ସଦର ବ୍ଲକ ନୂଆ ସାହିର କୃଷ୍ଣ ଚନ୍ଦ୍ର ମହାରଣାଙ୍କର ଘର ବୟସ ୭୦ରୁ ଉର୍ଦ୍ଧ ହେବ l ଗୋଟିଏ ଝିଅ ଘରେ ଆଉ କେହି ନାହାନ୍ତି l ଆଉ କାମ କରିବlକୁ ଦେହରେ ବଳ ମଧ୍ୟ ନାହିଁ l ଭତା ଗଣ୍ଡାକ ତାର ସହ ମାଗି ଯାଚି ଯିଏ ଯାହା ଦେଲା ସେଥିରେ ଗୁଜୁରାଣ ମେଣ୍ଟlନ୍ତି l ଏବେ କିଛି ମାସ ହେବ ଭତା ମଧ୍ୟ ତାଙ୍କୁ ମିଳୁନି l ଦୁଇ ବଖରା ଘର କରିଥିଲେ ଯାହା ଅଧା ଗଢ଼ା ହୋଇ ଥିଲା l ବର୍ଷା ଓ ଖରା ରେ ଅନ୍ୟ ଘରେ ଆଶ୍ରୟ ନେଉଥିଲେ l ଏହି ଖବର ମାରୁତି ସେନା କୁ ମିଳିଲା ପରେ ମାରୁତି ସେନା ର ସଦସ୍ୟ ମାନେ ଚିନ୍ତା କଲେ ତାଙ୍କର ଅଧା ଗଢ଼ା ଘର କୁ ସମ୍ପୂର୍ଣ କରି ଆଜବେଷ୍ଟ ପକେଇଦେବା ପାଇଁ l
ଏହି ସେବାରେ ମାରୁତି ସେନା ସହ କିଛି ସ୍ଥାନୀୟ ସମାଜ ସେଵୀ ମଧ୍ୟ ସହଯୋଗ କରିଥିଲେ l ଏହି ସେବା କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ପପୁ ଦଳବେହେରା ଓ ପରିଚାଳନା କରିଥିଲେ ରତ୍ନାକର ମହାରଣା,କାର୍ତିକ ମହାରଣା,ସୁଲୋଚନା ସାହୁ,ସୁକାନ୍ତି ବାରିକ,ଦୀପ୍ତି କାନ୍ତ ପଣ୍ଡା,ରାଜୁ ସାହୁ, ପ୍ରଦୀପ ମହାପାତ୍ର,ଗୁଡ଼ୁ, ପ୍ରଶାନ୍ତ, ପୁଷ୍ପାଞ୍ଜଳୀ, ଜ୍ୟୋତି ସାହୁ,ମାମାଲି,ବେବିନା ପ୍ରଧାନ, ବିଜଇନି ସ୍ୱାଇଁ,ପୁନା ନନ୍ଦ,ବଳରାମ ବାରିକ,ସନତ, ସୁଧାଂଶୁ


No Result
View All Result