୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ ଜିଲ୍ଲା :-> ମାହାଙ୍ଗା ନଡ଼ିଆ ସାହାସପୁର ସ୍ଥିତ ଉତ୍କଳମଣୀ ଶିଶୁ ଶିକ୍ଷା ମନ୍ଦିର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଛୋଟ ଛୋଟ ଶିଶୁମାନଙ୍କ ମନରେ ବିଜ୍ଞାନ ପ୍ରତି ରୁଚି ସୃଷ୍ଠିକରିବା, ନୂତନ ପଦାର୍ଥର ଉଦ୍ଭାବନ ଓ ଆବିଷ୍କାରର ଭାବନା ନେଇ ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସି.ଆର.ସି.ସି ଭାସ୍କର ଚନ୍ଦ୍ର ସାହୁ । ସ୍କୁଲ ର ପ୍ରତିଷ୍ଠାତା ଶିକ୍ଷକ ଚିତ୍ତରଞ୍ଜନ ନାୟକ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଜୟନ୍ତ କୁମାର ପରିଡା,

ସଭାପତି ପିଭି ଏସ ପୃଷ୍ଟି,ପ୍ରଭାତ କୁମାର ପାଣି,ପ୍ରିୟ ପ୍ରସାଦ ସାମଲ, ହୃଷିକେଶ ବେହୁରା ,ପଣସପୁର ସରପଞ୍ଚ ଚିନ୍ମୟ ସାମନ୍ତରାୟ ,ସୁଶ୍ରୀ ସଂଗୀତା, ସତ୍ୟବ୍ରତ ବାରିକ, ପାର୍ଥ ବାବୁ ଯୋଗ ଦେଇ ବିଜ୍ଞାନ ମେଳାରେ ପ୍ରତିଯୋଗିତା କରିଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜ୍ଞାନ କ୍ଷେତ୍ରରେ ନିଜକୁ ଗଢି ତୋଳିବା ପାଇଁ ମାର୍ଗଦର୍ଶନ ଦେଇଥିଲୋ ଏହି ବିଜ୍ଞାନମେଳାରେ ୧୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏହି ବିଜ୍ଞାନ ମେଳାରେ ବର୍ଷା ଜଳ ପ୍ରକଳ୍ପ, ପବନ କଳ ରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ, ଖାଦ୍ୟସାର ର ପ୍ରକାର ଭେଦ, ଭୌତିକ ଓ ରାସାୟନିକ ପରିବର୍ତ୍ତନ, ବାୟୁ ପ୍ରଦ୍ୟୁଷଣ, ସୌର ଜଗତ , ଗଣିତ କୁହୁକ। ଆଦି ଛାତ୍ର ଛାତ୍ରୀ ମାନେ ପଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଜ୍ଞାନରଂଞ୍ଜନ ନାୟକ ଅଧ୍ୟକ୍ଷତାରେ ଶିକ୍ଷକ ଅଭୟ କୁମାର ମହାନ୍ତି, ମହେନ୍ଦ୍ର କୁମାର ସିଂହ ।

ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ନାୟକ,କବିତା ସାହୁ, ପୌର୍ଣ୍ଣମାସୀ ନାୟକ, ଦିପ୍ତିମୟୀ ମିଶ୍ର, ବର୍ଷା ଦାସ, ଅପର୍ଣ୍ଣା ବଳ, ମନସ୍ଵିନୀ ମହାରଣା, ସସ୍ମିତା ବେହେରା, ଚନ୍ଦନା ଦାସ, ସଂଯୁକ୍ତା ସାହୁ, ରଶ୍ମିତା ସାହୁ, ପଲ୍ଲୀପ୍ରଭା ପ୍ରଧାନ, ସୁମିତ୍ରା ସାହୁ, ବିଜୟ କୁମାର ବିମ୍ବଳି ଦାସ, ଗାୟତ୍ରୀ ଘଡେଇ, ସୋମନାଥ ସିଂହ। ଉପସ୍ଥିତ ଥିଲେ ।















