୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ନୂଆଗାଁ :-> ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନିକଟରେ ଯାଇଥିବା ଟ୍ରେନ ଲାଇନରେ ଦୃଘଟଣା ଘଟି ଜଣେ ଯୁବକ ମୃତ। ସୂଚନା ମୁତାବକ ଭୁବନେଶ୍ୱରରୁ ନୂଆଗାଁ ଷ୍ଟେସନ ଅଭିମୁଖେ ଆସୁଥିବା ମେମୋ ଟ୍ରେନ ନଂ ୦୮୪୨୯ ସମୟ ୧୨ ଘଟିକା ୨୦ ମିନିଟ୍ ସମୟରେ ପଞ୍ଚୁ ପାଣ୍ଡବ ସରଂକ୍ଷିତ ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଟ୍ରେନ ଲାଇନ ଉପରକୁ ଯୁବକ ଜଣକ ଚାଲି ଆସିଥିଲେ।ଯହାଦ୍ୱାରା ଟ୍ରେନ ସହିତ ଯୁବ ଧକା ହୋଇଥିଲା.

ସେ ଯୁବକ ଜଣକ ହେଲେ ଉଦୟପୁର ଗ୍ରାମର ନନ୍ଦ କିଶୋର ନାୟକ ବୟସ ୨୨, ପିତା କବିରାଜ ନାୟକ ଙ୍କ ପୁଅ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଦଶପଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ନୂଆଗାଁ ଥାନା ଅଧିକାରୀ ନାରାୟଣ ଚରଣ ଲେଙ୍କା ସୂଚନା ଦେବା ସହ ୦୨/୨୩ ରେ ଏକ ଅପମୃତ ମାମଲା ରୁଜୁ କରାଯାଇଥିବା କହିଛନ୍ତି।














