୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର :-> ପଲିଟେକ୍ନିକ୍ସରେ ଡିପ୍ଲୋମାସ୍ତରୀୟ ଶିକ୍ଷାର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ରାଜ୍ୟରେ ପଲିଟେକ୍ନିସର ମାନ୍ୟତା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା କରାଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଭୁବନେଶ୍ୱର ର ସମ୍ମିଳନୀ କକ୍ଷରେ ମାନ୍ୟବର ମନ୍ତ୍ରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଇଂ ପ୍ରୀତି ରଞ୍ଜନ ଘଡାଇ ର଼୍ୟାଙ୍କିଙ୍ଗ ପୁସ୍ତିକା ଉନ୍ମୋଚନ କରିବା ଅବସରରେ କହିଲେ ଯେ ପଲିଟେକ୍ନିସ ଅନୁଷ୍ଠାନ ମାନଙ୍କୁ ନେଇ ଏଭଳି ର଼୍ୟାଙ୍କ ପ୍ରସ୍ତୁତ କରିବାରେ ଓଡିଶା ସାରା ଭାରତରେ ପ୍ରଥମ । ଆଜି ସ୍କିଲ୍ଡ ଇନ ଓଡିଶା ଏକ ବିଶ୍ବ ବ୍ରାଣ୍ଡ୍ ଭାବେ ପରିଚିତ । ଏହି ମାନ୍ୟତା ବୈଷୟିକ ଶିକ୍ଷା ଅନୁଷ୍ଠାନର ଗୁଣବତ୍ତା ବଜାୟ ରଖିବା ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ବାତବରଣ ସୃଷ୍ଟି କରିବାକୁ ଉତ୍ସାହିତ କରିବ । ଏହାପରେ ମନ୍ତ୍ରୀ ଶ୍ରୀ ଘଡେଇ ମାନ୍ୟତା ତାଲିକାରୁ ଶ୍ରେଷ୍ଠ ୧୦ ଟି ଅନୁଷ୍ଠାନର ନାମ ଘୋଷଣା କରିଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ କାର୍ୟ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ରାଜ୍ୟ ସରକାର ବୈଷୟିକ ଶିକ୍ଷାକୁ ପ୍ରାଥମିକତା ଦେଉଛନ୍ତି ଯାହା ଫଳରେ ସ୍କିଲ୍ଡ ଇନ ଓଡିଶା ଆଜି ଏକ ବ୍ରାଣ୍ଡ୍ ଭାବେ ଉଭା ହୋଇ ଓଡିଶା ଏକ ସ୍କିଲ ହବରେ ପରିଣତ ହେବାକୁ ଯାଉଛି । ୯ ଗୋଟି ପାରାମିଟରେ ପର୍ଯ୍ୟବେଶିତ ଏହି ମାନ୍ୟତା ତାଲିକା କୁ କେହି ମାର୍କ ବା ଗ୍ରେଡ ବୋଲି ଭାବିବା ଉଚିତ ନୁହେଁ ବରଂ ଏହା ଆମର ଶୈକ୍ଷିକ ପରିବେଶକୁ ଆଗକୁ ନେବାର ପ୍ରୟାସ ବୋଲି ସେ କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ର଼୍ୟାଙ୍କିଙ୍ଗର ପ୍ରଥମ ସଂସ୍କରଣ ୨୦୨୨ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକ୍ରିୟାକୁ ନିରପେକ୍ଷ, ନ୍ୟାୟଯୁକ୍ତ କରିବାକୁ, ନୂଆଦିଲ୍ଲୀର ଶିକ୍ଷା ଏବଂ ତାଲିମ ପାଇଁ ଜାତୀୟ ସ୍ୱୀକୃତି ବୋର୍ଡ (ଘଇଈଋଞ) କୁ ଦାୟିତ୍ବ ଦିଆ ଯାଇଥିଲା ।

ସେମାନେ ରାଙ୍କିଙ୍ଗରେ ସ୍ଥାନ ପାଇଥିବା ସମସ୍ତ ୧୦୦ ଗୋଟି ପଲିଟେକ୍ନିସ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ ସହିତ ଏକାଧିକ ପର୍ଯ୍ୟୟରେ ମୂଲ୍ୟାଙ୍କନ କାର୍ଯ୍ୟ କରିଛନ୍ତି । ଅଭିଯୋଗ ସମାଧାନ ଏବଂ ଅପିଲ୍ ରିଜୋଲ୍ୟୁସନ୍ ପରେ ଚୂଡ଼ାନ୍ତ ମାନ୍ୟତା ପହଞ୍ଚିଛି । ଏହି ଅନୁଷ୍ଠାନଗୁଡ଼ିକ ଉଭୟ ସରକାରୀ ଏବଂ ବେସରକାରୀ ପଲିଟେକ୍ନିକ୍ସର ଅନ୍ତର୍ଭୁକ୍ତ । ରାଙ୍କ ପାଇଁ ବ୍ୟବହୃତ ପାରାମିଟର ଗୁଡିକ ସରକାରୀ ଅନୁମୋଦିତ ଏବଂ ୫ଞ କାର୍ଯ୍ୟକ୍ରମ ଅଧୀନରେ ଆସୁଛି । ପ୍ରକାଶିତ ରାଙ୍କଗୁଡିକ ହେଉଛି ପଲିଟେକ୍ନିକ୍ସରେ ଅନୁସରଣ କରାଯାଉଥିବା ଅଭ୍ୟାସର ଗୁଣର ସୂଚକ । ଏହା ମଧ୍ୟ ଉନ୍ନତି ପାଇଁ ପଲିଟେକ୍ନିକ୍ସ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ ।

ପ୍ରାରମ୍ଭରେ ରାଜ୍ୟ ବୈଷୟୀକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ରେଘୁ ଜି ସ୍ବାଗତ ଭାଷଣ ପ୍ରଦାନ ସହ ଏହି ମାନ୍ୟତା ପ୍ରଦାନର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଶିକ୍ଷା ଓ ତାଲିମ ପାଇଁ ଜାତୀୟ ସ୍ବିକୃତିପ୍ରାପ୍ତ ବୋର୍ଡର ର ସି.ଇ.ଓ ଡା. ବରିନ୍ଦର ଏସ. କନୱାର ଓ ନିର୍ଦ୍ଦେଶକ ଡା. ଆରାଧନା ଏହି ମାନ୍ୟତା ତାଲିକା ତିଆରି କରିବାରେ ସେମାନଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବୈଷୟୀକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।














