୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ଵର :-> ଯୁଗ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ଵାରା ପରଚାଳିତଏକ ସହାୟତ। ଶିବିର ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୨୫ ଜଣ ଶ୍ରମିକ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୫୦,୦୦୦,୦୦ ଓ ୨୫ ଜଣଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୧,୨୫,୦୦୦ ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୫୧ ଜଣ ଙ୍କୁ ୨୫,୫୦,,୦୦୦)- ଟଙ୍କା ସହାୟତା ରାଶି,

ଶିକ୍ଷା ସହାୟତା ବାବଦରେ ୩୫ଜଣଙ୍କୁ ୧,୮୦,୦୦୦) ଟଙ୍କା ସର୍ବମୋଟ ୧୩୯ ଜଣଙ୍କୁ ୭୮,୮୫,୦୦୦/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ମାନ୍ୟବର ଅଧ୍ୟକ୍ଷା ଶ୍ରୀମୟୀ ଶ୍ଵେତ। ସ୍ନିଗ୍ଧା ମିଶ୍ର , ମୁଖ୍ୟ ଅତିଥି ଏବଂ ଶ୍ରୀ ସୁଶାନ୍ତ କୁମାର ରାଉତ, ମାନ୍ୟବର ବିଧାୟକ(ଉତ୍ତର) ଏଵଂ ଶ୍ରୀମତୀ ମଞ୍ଜୁଲତା କହଁର, ଡେପୁଟି ମେୟର,ଭୁବନେଶ୍ୱର ମହାନିଗର ନିଗମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରମିକ କଲ୍ୟାଣ ଯୋଜନାରେ କିପରି ଅଧିକରୁ ଅଧିକ ଉପକୃତ ହେବେଏବଂ ସେଥି ପାଇଁ ସମସ୍ତଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଥିଲା ।

ଏହି ଶିବିରରେ ଉତ୍ତର ବିଧ।ନସଭ। ନିର୍ବାଚନ ମଣ୍ଡଳୀର ଏବଂ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସ୍ଥାନୀୟ କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ। ପୁନଶ୍ଚ, ୨୭୫ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏହି ଶିବିରକୁ ପ୍ରଭଗୀୟ ଶ୍ରମ ଆୟୁକ୍ତ,ଶ୍ରୀ ପ୍ରଣବ କୁମାର ପାତ୍ର ପରିଚାଳନା କରିଥିଲେ ଏବଂ ସହକାରୀ ଶ୍ରମ ଅଧିକାରୀ, ପ୍ରଭାକର ବିଶ୍ବାଳ କଲ୍ୟାଣ ବୋର୍ଡ ସ୍କିମ୍ ବାବଦରେ ଶ୍ରମିକ ମାନଙ୍କୁ ଅବଗତ କରାଇ ଥିଲେ । ସହକାରୀ ଶ୍ରମ ଅଧିକାରୀ ରଶ୍ମିତା ପାତ୍ର ,କାଳୀ ପୁତ୍ର କୁଲଦୀପ ପ୍ରସାଦଏବଂ ସୌମ୍ୟା ରଞ୍ଜିତା ଦଳାଇ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଥିଲେ । ପରିଶେଷରେ ପିପାସା ମହାପାତ୍ର, ସହକାରୀ ଶ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।














