No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀ ଜିଲ୍ଲାର ବିଶିଷ୍ଟ ଧାର୍ମିକ ସଂଗଠକ ମନୋଜ କୁମାର ରଥ ପୁଣି ବିଜେପିକୁ ଫେରିଛନ୍ତି । ତାଙ୍କ ପିତା ସ୍ବର୍ଗତ ବିଶ୍ବନାଥ ରଥ ସତ୍ୟବାଦୀ ଅଞ୍ଚଳରେ ବିଜେପିର ମୂଳଦୁଆ ପକାଇଥିଲେ । ବହୁ କେନ୍ଦ୍ରୀୟ ନେତା ଅଟଳ ଜୀ, ଆଡଭାନି ଜୀ ଓ ମୋଦୀଙ୍କ ସହ ସୁସମ୍ପର୍କ ରହିଥିଲା । ଶ୍ରୀ ରଥ ବିଭିନ୍ନ ଧାର୍ମିକ ସଂଗଠନ କରି ଜିଲ୍ଲାରେ ବେଶ ଚର୍ଚ୍ଚିତ ଚେହେରା ହୋଇ ପାରିଛନ୍ତି । ସେ ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ଭାବେ ସାରା ଭାରତରେ ପରିଚିତ ଥିଲେ ।

ଏବେ ଉତ୍କଳ ବିଦ୍ବତ୍ ପରିଷଦ ଗଠନ କରି ଜନ କଲ୍ୟାଣ ଓ ଧାର୍ମିକ ସଂଗଠନରେ କାର୍ଯ୍ୟରତ ଅଛନ୍ତି । ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ରହିଛି । ଫାର୍ମାସୀ କଲେଜ କରି ବହୁ ଗରିବ ଛାତ୍ରଛାତ୍ରୀଙ୍କୁ ସାହାଯ୍ଯ ହାତ ବଢ଼ାଇଛନ୍ତି । ପୂର୍ବରୁ ସେ ପିତାଙ୍କ ସହ ବିଜେପିରେ କାର୍ଯ୍ୟ କରୁଥିଲେ । ଗତ ନିର୍ବାଚନରେ କଂଗ୍ରେସ ଦଳରେ ମିଶି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ,
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ସାଂସଦ ସୁଜିତ କୁମାର , ଖଣି ମନ୍ତ୍ରୀ ବିଭୁତି ଜେନା , ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ସାରଦା ଶତପଥୀ , ସରୋଜ କର , ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ପୁରୀ ଜିଲା ପ୍ରଭାରୀ ବିଷ୍ଣୁ ଦାସ ,ପୁରୀ ଜିଲା ବିଜେପି ସଭାପତି ଡ଼ଃ ଦେବେନ୍ଦ୍ର ନାଥ ତରେଇଙ୍କ ଉପସ୍ଥିତିରେ ବୁଧବାର ଅପରାହ୍ନରେ ଶ୍ରୀ ରଥ ବିଜେପିରେ ଯୋଗ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସତ୍ୟବାଦୀ ଓ ପୁରୀରେ ଖୁସିର ଲହରୀ ଖେଳିଯାଇଛି ।

No Result
View All Result