ଓଡିଶା ତାଜା ନ୍ୟୁଜ୍ (୨୯ ଜୁନ ସୋମବାର) ଭୁବେନଶ୍ୱର :- ଆଜି ନିଜେ ସାମ୍ବାଦିକ ସମ୍ମିଳନୀ କରି ସାମାଜିକ ଦୂରତା ବଜାୟ ରଖିବାକୁ ଗଜପତି ଜିଲ୍ଲା ବାସୀଙ୍କୁ ଆହ୍ୱାନ ଦେଇଥିବା ବେଳେ ଏସପି ସାରା ଶର୍ମା କିପରି ଗତକାଲି ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର କୁଲଙ୍ଗ ଗ୍ରାମକୁ ଯାଇ ନିଜେ ସାମାଜିକ ଦୂରତା ରଖିବା ଭୁଲି ଯାଇଥିଲେ l ଏକ ପ୍ରକାର କହିବାକୁ ଗଲେ କଭିଡ୍-୧୯ ନିୟମ କୁ ଖୁଲମ୍ ଖୁଲା ଉଲଙ୍ଘନ କରିଥିବା ଦେଖିବାକୁ ମିଳିଛି l ଜିଲ୍ଲା ପ୍ରଶାସନଠାରୁ ଏଥି ପାଇଁ ଏସପି କୌଣସି ଅନୁମତି ନାଇଥିଲେ କି? ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ପୋଲିସ ପ୍ରଶାସନ ନିଜେ ଉଲଂଘନ କରୁଛନ୍ତି କୋଭିଡ ଗାଇଡଲାଇନ । ସାମାଜିକ ଦୂରତା ରକ୍ଷା କରି କୋରନା ପ୍ରତିରୋଧ କରିବା ଏକମାତ୍ର ପନ୍ଥା ହୋଇଥିବା ବେଳେ ନିଜ କାର୍ଯ୍ୟକ୍ରମରେ ନିଜେ ଭୁଲିଗଲେ ସାମାଜିକ ଦୂରତା । ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି ସଙ୍କ୍ରମିତଙ୍କ ସଂଖ୍ୟା, ରାଜ୍ୟର ହଟଷ୍ପଟ ଜିଲ୍ଲା ତାଲିକାରେ ରହିଛି ଗଜପତି, ଯାହାକୁ ଦୃଷ୍ଟିରେ ରଖି ତିନିଦିନିଆ ସଟଡାଉନ ଘୋଷଣା କରିଛି ପ୍ରଶାସନ ।
ଏଭଳି ସ୍ଥିତିରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଭିନ୍ନ ଏକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଭୁଲିଗଲେ ସାମାଜିକ ଦୂରତା । ଶତାଧିକ ଗ୍ରାମବାସୀଙ୍କ ଗହଣରେ ସାମିଲ ହୋଇ ଶୋଭାଯାତ୍ରାରେ କଲେ ଗାଁ ପରିକ୍ରମା । ଗୁମ୍ମା ବ୍ଳକ ଅନ୍ତର୍ଗତ କୁଲଙ୍ଗ ଗ୍ରାମରେ ଗତବର୍ଷ ପାହାଡ ଧସି ପ୍ରଭାବିତ ହୋଇଥିବା ଗ୍ରାମବାସୀ ମାନଙ୍କୁ କିଛି ସାମଗ୍ରୀ ବଣ୍ଟନ କରିବା କାର୍ଯ୍ୟକ୍ରମ ଆୟୋଜନ କରି ପୋଲିସର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ଦେଶ ତଥା ରାଜ୍ୟରେ ବଢିଚାଲିଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର , ତାକୁ ପ୍ରତିହତ କରିବା ସକାଶେ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ସେଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି ହୋଇଛି । ତାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବା ପାଇଁ ଦାୟୀତ୍ୱ ନ୍ୟସ୍ତ କରାଯାଇଛି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ । ସେଥିପାଇଁ ବହୁ ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱରେ ନିୟୋଜିତ କରାଯାଇଛି ଏମିତିକି ଯେଉଁ ମାନେ ଏହାର ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି । ଅପର ପକ୍ଷରେ କୋରନା ବିରୋଧରେ ଜାରି ରହିଥିବା ଲଢେଇରେ ଆଗ ଧାଡିର ଯୋଦ୍ଧା ଭାବରେ ବିବେଚିତ କରାଯାଇଛି । ତେବେ “ଜମି ଯଦି ବାଡ ଖାଇବ ଦୋଷ ଦେବବା କାହାକୁ ” ଏଭଳି ଏକ ଅଶୋଭନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।
ଯାହାକି ନିଜେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଯେଉଁ ମାନଙ୍କ ଉପରେ କୋଭିଡ ନିୟମକୁ ପାଳନ କରିବାର ଗୁରୁ ଦାୟିତ୍ଵ ରହିଛି ଖୋଦ ସେହିମାନେ ହିଁ ନିୟମକୁ ଖୋଲା ଖୋଲି ଭାବରେ ଉଲଂଘନ କରୁଛନ୍ତି ଯାହାକି ଏହି ଚିତ୍ର ସ୍ୱଷ୍ଟ ବୟାନ କରୁଛି । ପୋଲିସର ବରିଷ୍ଠ ଅଧିକାରୀ ମାନେ ସମୁହ ଭାବରେ ଏକତ୍ରିତ ହୋଇ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଶହ ଶହ ଲୋକଙ୍କ ଭିଡରେ ନାଚଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଏକଣ କୋଭିଡ ନିୟମର ଉଲ୍ଲଘଂନ ନୁହେଁ କି ? ତାହାଲେ ସାଧାରଣ ଲୋକଙ୍କୁ ଯଦି ଆଇନ ଉଲଂଘନ ଅଭିଯୋଗରେ କଲେ କାର୍ଯ୍ୟାନୁଷ୍ଠାନ ହେଊଛି ତାହା ପୋଲିସର ବରିଷ୍ଠ ଅଧିକାରୀମାନେ କଣ ତାଠାରୁ ଉର୍ଦ୍ଧରେ କି ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ । ଅନ୍ୟ ପକ୍ଷରେ ଏହିଭଳି ସଙ୍କଟ ସମୟରେ ଜିଲ୍ଲାରେ ବୃଦ୍ଧି ପାଉଥିବା ସଙ୍କ୍ରମିତ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିବାପରେ ସଟଡାଉନ ଘୋଷଣା କରିଛି ପ୍ରଶାସନ ତଥାପି ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଭିନ୍ନ ଏକ କାର୍ଯ୍ୟକ୍ରମରେ ବ୍ୟସ୍ତ । ଯଦି ଅସହାୟଙ୍କୁ ସାହାର୍ଯ୍ୟ କରିବାର ଥିଲା ଏହି ସମୟରେ ହିଁ କାହିଁକି ? (ରିପୋର୍ଟ: ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି