୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ବାଲୁଗାଁ :-> ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ରବିବାର ପୂର୍ବାହ୍ନ ୧୧ ଟା ରେ ସମଗ୍ର ଦେଶରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉକ୍ତ ୫୦୮ ଷ୍ଟେସନ ମଧ୍ୟରୁ ଓଡିଶାର ୨୫ ଗୋଟି ଷ୍ଟେସନ ସାମିଲ ହୋଇଥିବା ବେଳେ ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡ ରେଳ ଡିଭିଜନର ବାଲୁଗାଁ ଷ୍ଟେସନ ଅନ୍ୟତମ ।

ଏହି ଅବସରରେ ଆଜି ବାଲୁଗାଁ ରେଳ ଷ୍ଟେସନ ପରିସରରେ ଉକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଖୋର୍ଦ୍ଧା ରୋଡ ରେଳ ବିଭାଗ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଆୟୋଜିତ ସଭାରେ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଡା ସମ୍ବିତ ପାତ୍ର, କୋଚିନ ସିପ ୟାର୍ଡ଼ ନିର୍ଦ୍ଦେଶକ ପୃଥ୍ଵୀରାଜ ହରିଚନ୍ଦନ,

ରେଳ ବିଭାଗ ଚିଫ ଇଲେକ୍ଟ୍ରିକାଲ ଲୋକୋମୋଟିଭ ଇଞ୍ଜିନିଅର ମଞ୍ଜିତ ସିଂହ ସନସନୱାଲ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସମାଜସେବୀ ନିରଞ୍ଜନ ସେଠି ଓ ଦୁଷ୍ମନ୍ତ ହରିଚନ୍ଦନ ଆଦି ଯୋଗଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବରିଷ୍ଠ ନାଗରିକ ସଂଗଠନର ସଦସ୍ୟମାନେ ଶ୍ରୀ ପାତ୍ରଙ୍କୁ ବାଲୁଗାଁ ରେଳ ଷ୍ଟେସନରେ କିଛି ମୁଖ୍ୟ ଟ୍ରେନ ରହଣିକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ।

ବାଲୁଗାଁ ଷ୍ଟେସନର ପୁନଃ ର୍ନିମାଣ କରାଯିବା ପାଇଁ 21.4 କୋଟି ଟଙ୍କା ବ୍ୟୟ କରାଯିବ l ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର – ମୋଡାଲ୍ ଏକୀକରଣ, ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା















