୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> “ଅମୃତ ଭାରତ ଷ୍ଟେସନ ଯୋଜନା” ଅଧୀନରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ୧୧ଟି ରେଲୱେ ଷ୍ଟେସନର ପୁନର ବିକାଶ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରଚିତ ଭିତ୍ତପ୍ରସ୍ତର ସ୍ଥାପନା | “ଅମୃତ ଭାରତ ଷ୍ଟେସନ ଯୋଜନା” ଅନ୍ତର୍ଗତ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନର ପୁନର ବିକାଶ ଉପରେ, ଆଜି ଶ୍ରୀ ଏଚ.ଏସ୍ ବIଜୱା ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରମ୍ଭ ହୋଇଥିବା “ଅମୃତ ଭରତ ଷ୍ଟେସନ୍ ଯୋଜନା” ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ତଥା ସେବା ଯୋଗାଇବା ପାଇଁ ସାରା ଦେଶରେ ରେଳ ଷ୍ଟେସନର ଭିତ୍ତିଭୂମି ଆଧୁନିକୀ କରଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ ଭାରତୀୟ ରେଳବାଇର ୧୩୦୯ ଷ୍ଟେସନ୍ ନବୀକରଣ / ଆଧୁନିକୀକରଣ ପାଇଁ ଯୋଜନା କରାଯାଇଛି|

ଅମୃତ ଭାରତ ଯୋଜନା ଅଧୀନରେ ପୁନର ବିକାଶ ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳର ମୋଟ ୨୩ଟି ରେଳଷ୍ଟେସନ ଚୟନ କରାଯାଇଛି|ପ୍ରଥମ ପର୍ଯ୍ୟାୟରେ ୧୧ଟି ରେଳ ଷ୍ଟେସନ୍ ପୁନର ବିକାଶ ପାଇଁ ଚୟନ କରାଯାଇଛି| ସେଗୁଡ଼ିକ ହେଉଛି ସାକ୍ଷୀଗୋପାଳ,ମଞ୍ଚେଶ୍ୱର, ଢେଙ୍କାନାଳ,ଛତ୍ରପୁର, ଅନୁଗୁଳ,ପଲାସା (ଆନ୍ଧ୍ର ପ୍ରଦେଶ)ମେରାମଣ୍ଡଳୀ, ବାଲୁଗାଁ,ଲିଙ୍ଗରାଜ ଟେମ୍ପଲ ରୋଡ,ତାଳଚେର ରୋଡ ଏବଂ ଖୋର୍ଦ୍ଧାରୋଡ଼ |

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ଵାରା ଆସନ୍ତା ୬.୮.୨୦୨୩ ଦିନ, ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଯୋଜନା ଅଧୀନରେ ୫୦୮ ଷ୍ଟେସନର ପୁନର ବିକାଶ ପାଇଁ ଭିତ୍ତପ୍ରସ୍ତର ସ୍ଥାପନା କରାଯିବ,ଯେଉଁଥିରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅନ୍ତର୍ଗତ ୧୧ଟି ଷ୍ଟେସନ ଅନ୍ତର୍ଭୁକ୍ତ ଅଛି ।

ଏହି ଷ୍ଟେସନଗୁଡିକ ଆଧୁନିକ ଭାରତର ଏକ ବଡ଼ ଚିତ୍ର ଉପସ୍ଥାପନ କରେ | ଏହି ଷ୍ଟେସନ ଗୁଡ଼ିକରେ, ନୂତନ ଷ୍ଟେସନ୍ ବିଲଡିଂ, ଷ୍ଟେସନ୍ ଫାସେଡ୍,ପ୍ରବେଶ ଦ୍ୱାର ପ୍ରତୀକ୍ଷାଳୟ, ପାରିପାର୍ଶ୍ଵିକ କ୍ଷେତ୍ର ଇତ୍ୟାଦିରେ ଉନ୍ନତିକରଣ ହେବ।ଲିଫ୍ଟ,ପ୍ଲାଟଫର୍ମ ଆଶ୍ରୟସ୍ଥଳ,ଆଧୁନିକ ଆସବାବପତ୍ର ସହିତ ଉନ୍ନତ ବିଶ୍ରାମଗାର, ଆଧୁନିକ ସୁବିଧା ସହିତ ପ୍ରିମିୟମ୍ ଟଏଲେଟ୍ ସୁବିଧା ଇତ୍ୟାଦି ପ୍ରଦାନ କରାଯିବ ବୋଲି ଶ୍ରୀ ବଜୱା ସୂଚନା ଦେଇଛନ୍ତି |
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧାରୋଡ଼ ଡ଼ିଭିଜନର ଏ ଡି ଆର୍ ଏମ (ଇନ୍ ଫ୍ରା) ଶୁଭ୍ର ଜ୍ୟୋତି ମଣ୍ଡଳ, ଏ ଡି ଆର୍ ଏମ (ଅପରେସନ) କଲ୍ୟାଣ ପଟନାୟକ, ସିନିୟର୍ ଡି ସି ଏମ ଅମିତେସ ଆନନ୍ଦ ଓ ସିନିୟର୍ ଡି ଇ ଏନ୍ (କୋ’ ଅର୍ଡି ନେଶନ) ରବି ପ୍ରକାଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।














