୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି I ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରୟାସରେ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଯୋଜନା କାର୍ଯ୍ୟକ୍ଷମ ହୋଉଥିବା ବେଳେ ନିକଟ ଅତୀତରେ ମୃତାହତ ହେଉଥିବା ଶିକ୍ଷକ ମାନେ ସୁବିଧା ସୁଯୋଗ ପାଉଛନ୍ତି I ଗତ କିଛି ଦିନ ପୂର୍ବେ ହିଞ୍ଜିଳିକାଟୁ ବ୍ଲକ ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜୀବ ଲୋଚନ ଶବରଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିଲା । ଶୁକ୍ରବାର ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ମୃତ ଶିକ୍ଷକଙ୍କ ଘରେ ପହଞ୍ଚି ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ମୃତ ଶିକ୍ଷକଙ୍କ ସ୍ତ୍ରୀ ସବିତା ଶବରଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ I
ବ୍ଲକ ସଭାପତି ଉଲ୍ଲାସ ଚନ୍ଦ୍ର ବେହେରା,ପି.ଏସ.ଟି.ଏ ର ଜିଲ୍ଲା ସମ୍ପାଦକ ଜି.ତ୍ରିପତୀ, ସମ୍ପାଦକ ପି.ଶିଶିର କୁମାର ଏବଂ ସଭାପତି କାହ୍ନୁ ଚରଣ ସାହୁ ଉପସ୍ଥିତ ଥିଲେ । ଅନୁରୂପ ଭାବେ କିଛି ମାସ ପୂର୍ବେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ସିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ହିମାଂଶୁ ଦଳେଇଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଶୁକ୍ରବାର ମୃତ ଛାତ୍ରଙ୍କ ପରିବାରକୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।














