No Result
View All Result

୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୁରଟ ସେସନ୍ସ କୋର୍ଟଙ୍କ ଦଣ୍ଡ ଉପରେ ଶୁକ୍ରବାର ଦିନ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଚୂଡ଼ାନ୍ତ ଶୁଣାଣି ନହେବା ପର୍ଯ୍ୟନ୍ତ ସୁରଟ ସେସନ୍ସ କୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ଏହି ରୋକ ଲଗାଇଛନ୍ତି । ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୁଇ ବର୍ଷ ସଜା ଶୁଣାଇଥିଲେ ସୁରଟ ସେସନ୍ସ କୋର୍ଟ। ‘ମୋଦୀ ସରନେମ’ ମାମଲାରେ ସର୍ବାଧିକ ଦଣ୍ଡ ପ୍ରଦାନ ଲାଗି କୋର୍ଟ କେଉଁ ଆଧାର ଦେଇଛନ୍ତି ବୋଲି ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଅନ୍ୟ ପକ୍ଷରେ ଏହି ମାମଲାରେ କମ୍ ଦଣ୍ଡ ଦିଆଯାଇପାରିଥାନ୍ତା ବୋଲି ସୁପ୍ରିମକୋର୍ଟ କହିଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ହୋଇଥିବା ଏକ ରାଲିରେ ‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ । ଏହି ମାମଲାରେ ଚାରି ବର୍ଷ ପରେ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଜା ଶୁଣାଇଥିଲେ । ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ । ସୁରଟ କୋର୍ଟ ଶୁଣାଇଥିବା ଦୁଇ ବର୍ଷର ସଜା ଉପରେ ରୋକ ଲାଗାଇବାକୁ ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଗତ ଜୁଲାଇ ୭ ତାରିଖରେ ରହୁଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଗୁଜରାଟ ହାଇକୋର୍ଟ।

ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଗତ ଜୁଲାଇ ୧୫ ତାରିଖରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଦୁଇ ବର୍ଷର ସଜା ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ । ମୋଦୀ ସରନେମକୁ ନେଇ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଜା ଶୁଣାଇଥିଲେ । ସୁରଟ ସେସନ୍ସ କୋର୍ଟଙ୍କ ଦଣ୍ଡବିଧାନ କାରଣରୁ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ଆଇନ ଅନୁଯାୟୀ ଯଦି ଜନପ୍ରତିନିଧିଙ୍କୁ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସଜା ହୋଇଥାଏ ତେବେ ସେମାନଙ୍କର ସଦସ୍ୟତା ରଦ୍ଦ ହେବ । ଦୋଷୀ ସାବ୍ୟସ୍ତ ହୋଇଥିବା ନେତା ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ପାରିବେ ନାହିଁ । ରାହୁଲ ଗାନ୍ଧୀଙ୍କ ପାଖରେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିବାର ଏକ ମାତ୍ର ବିକଳ୍ପ ରହିଥିଲା ।

No Result
View All Result