୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗାଁ କୁ ନାହିଁ ରାସ୍ତା ନେତା ଠାରୁ ଅଫିସର ଙ୍କ ପାଖରେ ଗୁହାରି କରି କରି ଗ୍ରାମବାସୀ ହେଲେଣି ହତାଶ ତଥାପି କୌଣସି ସୁଫଳ ମିଳିନାହିଁ । ଏମିତି କିଛି କଷ୍ଟ ଭୋରା ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରୀ ବ୍ଲକ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଡରଣ୍ଡିବା ଗାଁ ରେ ଆଜକୁ ପ୍ରାୟ ଅନେକ ବର୍ଷ ଧରି ଗ୍ରାମ ରେ ପ୍ରାୟ 35 ପରିବାର ବସବାସ କରିଆସୁଛନ୍ତି । ହେଲେ ଗ୍ରାମ ରେ ଖଣ୍ଡେ ଚାଲିବା ପାଇଁ ପୋକ୍କା ରାସ୍ତା ନାହିଁ । ଗାଁ ରେ କୌଣସି ସରକାରୀ ବାବୁ ଙ୍କ ପାଦ ଆଜି ଯାଏ ପଡିନି କେବଳ ପଡିଛି ନେତା ଙ୍କ ର ହେଲେ ସେ ବି ଭୋଟ ସମୟ ରେ ନେତା ଆସିଛନ୍ତି ଭୋଟ ପୂର୍ବରୁ ଗୁଡ଼ାଏ ପ୍ରତିଶ୍ରୁତି ବି ରଖିଛନ୍ତି ହେଲେ ଭୋଟ ସରିବା ପରେ କେବେ ବି ଆଉ କାହାର ଦେଖା ନାହିଁ। ଅପର ପକ୍ଷେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି ଆଉ ପାଞ୍ଚ ଖଣ୍ଡ ଗ୍ରାମବାସୀ ।

ବର୍ଷା ଦିନେ ପିଲା ମାନେ ସ୍କୁଲ୍ ଯିବାରେ ଅସୁବିଧା ଭଗିବାକୁ ପଡୁଛି । ଆମ୍ବୁଲାନ୍ସ ଗାଁ କୁ ଆସି ପାରୁ ନ ଥିବାରୁ ଗର୍ଭବତୀ ମାଁ ମାନଙ୍କୁ ଖଟିଆ ସାହାର୍ଯ୍ୟ ରେ ଚାରି କିଲମିଟର ବୋହି ମୂଖ୍ୟ ରାସ୍ତା କୁ ଆଣିବାକୁ ପଡୁଛି। ଗାଁ ରୁ ବାହାରିବାକୁ ହେଲେ ଏକ ମାତ୍ର ସାହା ସେହି ରାସ୍ତା। ସେହି ରାସ୍ତା ଉପରେ ନିର୍ଭର କରୁଛନ୍ତି ଛଅ ଖଣ୍ଡ ଗ୍ରାମବାସୀ । ବାର୍ଦ୍ଧକ୍ୟ ଭତା ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟ ବ୍ୟାଙ୍କ କାମ କୋର୍ଟ କାମ ପଞ୍ଚାୟତ ରୁ ଖାଉଟି ଚାଉଳ ଆଣିବା ଯାଏଁ ସେହି କାଦୁଅ ଖସାଡ ମାଟି ରାସ୍ତା ରେ ଯାଇ ଯାଇ କେତେ ବେଳେ କିଏ ପଡ଼ିକି ରକ୍ତାକ୍ତ ର ଶିକାର ବି ହେଇଛନ୍ତି ।

ଗାଁ ପାଇଁ ମୁଖ୍ୟ ବାଧକ ସାଜିଛି ସେହି କାଦୁଅ ରାସ୍ତା । ତେବେ ଗାଁ ର ବିକାସ ପାଈଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାଳମାଳ ଯୋଜନା ତିଆରି କରୁଛନ୍ତି ହେଲେ ସେ ସବୁ କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏବଂ ସରକାର ଙ୍କୁ ଗୁହାରି କରି ଅନୁରୋଧ କରିଛନ୍ତି ରାସ୍ତା ର ନିର୍ମାଣ ପାଇଁ । ଯଦି ଆଗାମୀ ବିଧାନ ସଭା ନିର୍ବାଚନ ପୂର୍ବ ରୁ ରାସ୍ତା ତିଆରି ନ ହୁଏ ତେବେ ଅଞ୍ଚଳ ବାସୀ ମିଶି ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ !















