• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
August 4, 2023
in ଓଡ଼ିଶା, ମହାନଗର, ହୋମ୍
0
ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
Share on FacebookShare on TwitterWhatsapp

ରାଜ୍ୟ ସରକାରଙ୍କ ଆଦିବାସୀବିରୋଧୀ ମନୋଭାବ ସଂପର୍କରେ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଯାଇଛି : ବଳଭଦ୍ର ମାଝୀ

 ପେସା ଆଇନ, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ପାଇଁ ଦାବି

 ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲା ଭିିତିକ ନିଯୁକ୍ତି ଦିଆଯାଉ

 ସ୍ଥାନୀୟ ଆଦିବାସୀ ଭାଷାରେ ଜନଜାତି ପିଲାମାନଙ୍କୁ ପ୍ରାଥମିକ ଶିକ୍ଷାଦାନ ଦିଅନ୍ତୁ

 ଉଚ୍ଚଶିକ୍ଷାରେ ଜନଜାତି ବର୍ଗ ଛାତ୍ରଛାତ୍ରୀମାନଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ପ୍ରଦାନ କରାଯାଉ

୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଦେଶର ବସବାସ କରୁଥିବା ଜନଜାତି ସଂପ୍ରଦାୟର ସିଂହ ଭାଗ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଂଚିତ ଥିଲେ । ଭିନ୍ନ ଭିନ୍ନ ସ୍ଥାନରେ ବାସ କରୁଥିବା ଆଦିବାସୀମାନଙ୍କ ଭାଷା, ସଂସ୍କୃତି, ଖାଦ୍ୟପେୟ, ଚାଲିଚଲଣ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଜନଜାତିଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ବିକାଶ ପାଇଁ ୧୯୬୧ ମସିହାରେ ଡେଭାର କମିଶନ ଏବଂ ୧୯୯୪ ମସିହାରେ ଶ୍ରୀ ଦିଲୀପ ସିଂହ ଭୁରିଆଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ଅନେକ ପ୍ରସ୍ତାବ ଦେଇଥିଲେ । ‘ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିନିୟମ (ପେସା)-୧୯୯୬’ ଅଧିନିୟମାନୁଯାୟୀ ଅନୁସୂଚିତ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱତନ୍ତ୍ର କ୍ଷମତା ରହିଛି ଏବଂ ପ୍ରତି ଗ୍ରାମ ପଂଚାୟତରେ ହେଉଥିବା ଗ୍ରାମସଭା ପରି ପାରିତ ହେଉଥିବା ପ୍ରସ୍ତାବକୁ ପ୍ରାଧାନ୍ୟ ଦେଇ ସେହି ଅଂଚଳର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ ।

ଏଥି ସହ ଜଙ୍ଗଲ ଅଧିକାର ଆଇନ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲା ଭିିତିକ ନିଯୁକ୍ତିରେ ସ୍ଥାନୀୟ ଆଦିବାସୀଙ୍କୁ ଅଗ୍ରାଧିକାର, ସ୍ଥାନୀୟ ଆଦିବାସୀ ଭାଷାରେ ଜନଜାତି ପିଲାମାନଙ୍କୁ ପ୍ରାଥମିକ ଶିକ୍ଷାଦାନ, ଉଚ୍ଚଶିକ୍ଷାରେ ଜନଜାତି ବର୍ଗ ଛାତ୍ରଛାତ୍ରୀମାନଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦେବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ୨୦୧୪ ମସିହା ପରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅନ୍ୟ ପଟେ ୨୩ ବର୍ଷ ଶାସନ କରିଥିବା ବିଜେଡି ସରକାରଙ୍କ ସ୍ଥାଣୁତା, ଅପାରଗତା ପାଇଁ ରାଜ୍ୟର ମୋଟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଦିନକୁ ଦିନ ପଛେଇବାରେ ଲାଗିଛନ୍ତି । ରାଜ୍ୟର ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ । ସୁନ୍ଦରଗଡ, କେନ୍ଦୁଝର ଭଳି ଖଣିଜ ସମ୍ପଦ ଭରା ଜିଲ୍ଲା ଆଜି ବି ବିକାଶର ବହୁ ପଛରେ ରହିଯାଇଛି । ପଡୋଶୀ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ କାରଣରୁ ଦକ୍ଷିଣ ଓଡିଶାର ମାଲକାନଗିରି ଜିଲ୍ଲା ବୁଡିବାକୁ ଯାଉଛି ।

ଜନଜାତିଙ୍କ ବିକାଶ ଦିଗରେ ରାଜ୍ୟ ସରକାର ସବୁଠୁ ବଡ ବାଧକ ସାଜିଛନ୍ତି ବୋଲି ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି । ରାଜ୍ୟରେ ପେସା ଆଇନ, ଜଙ୍ଗଲ ଅଧିକାର ଆଇନ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲା ଭିିତିକ ନିଯୁକ୍ତିରେ ସ୍ଥାନୀୟ ଆଦିବାସୀଙ୍କୁ ଅଗ୍ରାଧିକାର, ସ୍ଥାନୀୟ ଆଦିବାସୀ ଭାଷାରେ ଜନଜାତି ପିଲାମାନଙ୍କୁ ପ୍ରାଥମିକ ଶିକ୍ଷାଦାନ, ଉଚ୍ଚଶିକ୍ଷାରେ ଜନଜାତି ବର୍ଗ ଛାତ୍ରଛାତ୍ରୀମାନଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦେବା ଦାବୀ କରି ବିଜେପି ଜନଜାତି ମୋର୍ଚ୍ଚା ତରଫରୁ ଏକ ସ୍ମାରକ ପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ‘ପେସା’ ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ କ୍ଷମତା ନ୍ୟସ୍ତ କରିଛନ୍ତି ।

ଜନଜାତିଙ୍କୁ ତାଙ୍କ ନ୍ୟାର୍ଯ୍ୟ ଜଙ୍ଗଲ ଜମି ଅଧିକାରରୁ ବଂଚିତ ରଖୁଥିବାବେଳେ ସରକାରୀ ଜମି ହଡପକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ପଟ୍ଟା ଦିଆଯାଉନାହିଁ ଅନ୍ୟ ପଟେ ଜଙ୍ଗଲକୁ ଗଲେ ବନ ବିଭାଗ ଜୁଲମ କରୁଛି । ଜମିର କିସମ ଜଙ୍ଗଲ ଜମିରୁ ଚାଷ ଜମିକୁ ପରିବର୍ତନ ନକରିବାରୁ ଏବଂ ଆଦିବାସୀଙ୍କ ସଂପତି ବନ୍ଧକ ରଖି ବ୍ୟାଂକରେ ଋଣ ଦେବାରେ କଟକଣା ଲଗାଇଥିବାରୁ ଜନଜାତି ବ୍ୟାଙ୍କ ଋଣ ପାଉନାହାନ୍ତି । ଏପରିକି ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିପାରୁନାହାନ୍ତି । ଗ୍ରାମସଭା ଦ୍ୱାରା ସ୍ଥାନୀୟ ଜନଜାତି ଅଂଚଳର ବିକାଶ ବିଷୟରେ ଚିନ୍ତା ନ କରାଯାଇ ସେଠାରେ ଥିବା ଜିଲ୍ଲାପାଳ ଶାସକ ବିଜେଡିକୁ ସୁହାଇବା ଭଳି ଜନଜାତି ବିରୋଧୀ କାର୍ଯ୍ୟ ହାତକୁ ନେଉଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲା ଭିିତିକ ନିଯୁକ୍ତିରେ ସ୍ଥାନୀୟ ଆଦିବାସୀଙ୍କୁ ଅଗ୍ରାଧିକାର ମିଳିବା ଉଚିତ୍ । କିନ୍ତୁ ରାଜ୍ୟ ସରକାର ଏହାକୁ ମଧ୍ୟ ଅଣଦେଖା କରୁଛନ୍ତି । ଏପରିକି ପଦୋନ୍ନତି କ୍ଷେତ୍ରରେ ଆଦିବାସୀମାନଙ୍କୁ ଉପେକ୍ଷିତ କରିଛନ୍ତି ରାଜ୍ୟ ସରକାର । ସେହିପରି ସମସ୍ତ ଜନଜାତି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇ ଜନଜାତି ବର୍ଗର ପିଲାମାନଙ୍କୁ ତାଙ୍କ ସ୍ଥାନୀୟ ଆଦିବାସୀ ଭାଷାରେ ପ୍ରାଥମିକ ଶିକ୍ଷାଦାନ କରାଯାଉ । ଉଚ୍ଚ ଶିକ୍ଷାରେ ମଧ୍ୟ ଜନଜାତି ବର୍ଗ ସଂରକ୍ଷଣକୁ ୧୨ ରୁ ୨୩ ପ୍ରତିଶତକୁ ବୃଦ୍ଧି କରାଯାଉ । ନର୍ସିଂ ପାଠ ପଢୁଥିବା ଛାତ୍ରୀମାନଙ୍କୁ ବାର୍ଷିକ ୫୦ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଥିବାବେଳେ ବର୍ତମାନ ୨୪ ହଜାର ଟଙ୍କାକୁ ହ୍ରାସ କରାଯାଇଛି । ଅନ୍ୟ କ୍ଷେତ୍ରରେ ମଧ୍ୟ ଷ୍ଟାଇପେଣ୍ଡ ଟଙ୍କା ହ୍ରାସ କରାଯିବା ଫଳରେ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଦିବାସୀ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବାରୁ ୭୦ଟି ବନଜାତ ଦ୍ରବ୍ୟ ଉପରେ ଏମ୍‌ଏସପି ଲାଗୁ କରିଛନ୍ତି ମୋଦି ସରକାର । ରାଜ୍ୟ ସରକାର ଏହି ବ୍ୟବସ୍ଥାର ସଠିକ୍ କାର୍ଯ୍ୟାନ୍ୱୟନ କରିବାରେ ମଧ୍ୟ ବିଫଳ ହୋଇଛନ୍ତି । ଆଦିବାସୀ ଜିଲ୍ଲାମାନଙ୍କରେ ବହୁ ଖଣି ରହିଛି ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ କିନ୍ତୁ ମୋଦି ସରକାର ଶାସନକୁ ଆସିବା ପରେ ଡିଏମ୍‌ଏଫ ଗଠନ କରି ଆଦିବାସୀଙ୍କ ବିକାଶକୁ ପ୍ରାଧାନ୍ୟ ଦେଇଥିବାବେଳେ ଅନ୍ୟ ପଟେ ବିଜେଡି ସରକାରର ନେତା ଓ ମନ୍ତ୍ରୀମାନେ ଏହି ଫଣ୍ଡରେ ଆସୁଥିବା ଟଙ୍କାକୁ ବ୍ୟାପକ ମାତ୍ରାରେ ହେରଫେର କରି ବ୍ୟକ୍ତିଗତ ସ୍ୱାର୍ଥ ହାସଲ କାର୍ଯ୍ୟରେ ଲାଗିପଡିଛନ୍ତି ।

ଆଦିବାସୀ ଅଧ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମ୍‌ଏଫ ପାଣ୍ଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାକୁ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ଭାବେ ହରିଲୁଟ୍ କରିବା କାରଣରୁ ବିକାଶ ବାଧାପ୍ରାପ୍ତ ହେଇଛି । ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ବିରୋଧୀ ସରକାର ଏବଂ ଏ ସଂପର୍କରେ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ ତଥା ଏସଟି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ରାଷ୍ଟ୍ରୀୟ ସଂପାଦକ କାଳିରାମ ମାଝୀ, ରାଜ୍ୟ ଉପସଭାନେତ୍ରୀ ତଥା ଏସଟି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ସୁଶ୍ରୀ ସୁକେଶୀ ଓରାମ, ବିଧାୟକ ଭାସ୍କର ମଢେଇ, ଆଦିତ୍ୟ ମାଢୀ, ଡ.ବୁଧାନ ମୁର୍ମୁ, ନବଚରଣ ମାଝୀ, ପ୍ରକାଶ ସୋରେନ, କୁସୁମ ଟେଟେ, ଉପସଭାପତି ମମିତା ନାଏକ, ରାମଚନ୍ଦ୍ର ହାଂସଦା, ଫଗୁ ହାଂସଦା, ଏସଟି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ନାଏକ, ରାଜ୍ୟ ସଂପାଦକ ଜଳନ୍ଧର ନାଏକ, ବିଦ୍ୟାଧର ଶବର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଖାମ ସିଂହ ମାଝୀ, ପୂର୍ଣ୍ଣିମା କେରକେଟା ପ୍ରମୁଖ ସାମିଲ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version