No Result
View All Result
୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-> ପରିଚାଳନା ଉତ୍କର୍ଷ ପ୍ରତି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଫୁଲବାଣୀରେ ଏକ ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସସିସି) ବା ଅଂଚଳ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି । ଆଜି ଏହି କେନ୍ଦ୍ରକୁ ଟିପିଏସ୍ଓଡିଏଲ୍ ର ସିଇଓ ଶ୍ରୀ ଅମିତ ଗର୍ଗ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଉନ୍ନତ ପ୍ରଯୁକ୍ତିର ବ୍ୟବସ୍ଥା ରହିଛି ଯାହା ୩୩/୧୧ କେଭି ବିଦ୍ୟୁତ ସବ୍-ଷ୍ଟେସନ (ପିଏସ୍ଏସ୍)ର ରିମୋଟ୍ ପରିଚାଳନା ଓ ନିରୀକ୍ଷଣକୁ ସକ୍ଷମ କରିବ।
ବିଦ୍ୟୁତ ନେଟୱର୍କ ପରିଚାଳନାରେ ଉନ୍ନତି ଆଣିବା ଓ ବିଦ୍ୟୁତ ବିଭ୍ରାଟ ସମୟରେ ତ୍ୱରିତ ସମାଧାନ ପ୍ରଦାନ କରିବା ଲାଗି ଏହି ନୂଆ ଏପିଏସସିସିକୁ ସ୍ଥାପନ କରାଯାଇଛି । ଏହି ଏପିଏସସିସିର ଏକ ପ୍ରମୁଖ ଲାଭ ହେଉଛି ବିଦ୍ୟୁତ ସ୍ଥିତି ଉପରେ ବାସ୍ତବ-ସମୟ ପ୍ରଦାନ କରିବାରେ ଏହାର ରହିଥିବା କ୍ଷମତା ଯାହା ଦ୍ୱାରା ସଠିକ୍ ସମୟରେ କେନ୍ଦ୍ରୀୟ କଲ୍ ସେଂଟର୍ କୁ ଶୀଘ୍ର ସୂଚନା ଦିଆଯାଇପାରିବ ଏବଂ ଗ୍ରାହକମାନେ ବହୁତ ଭଲ ଭାବେ ସୂଚନା ପାଇବାକୁ ସୁନିଶ୍ଚିତ କରାଯାଇପାରିବ ।

ସ୍କାଡା ବ୍ୟବସ୍ଥାକୁ ବ୍ୟବହାର କରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟିମ୍ ତ୍ୱରିତ ବେଗରେ ଏହି ଅଂଚଳର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିପାରିବେ, ଫଳରେ ଗ୍ରାହକମାନେ ଭୋଗୁଥିବା ଅସୁବିଧା କମ୍ ହେବା ସହ ବିଦ୍ୟୁତ ବିଭ୍ରାଟ ସମୟ ମଧ୍ୟ ହ୍ରାସ ପାଇବ । ଏହି କେନ୍ଦ୍ରର ନିରବଚ୍ଛିନ୍ନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇ ୮ ଜଣ ଦକ୍ଷ ଇଞ୍ଜିନିୟରଙ୍କ ଏକ ଉତ୍ସର୍ଗୀକୃତ ଟିମ୍ ମୂତୟନ କରାଯାଇଛି ଯେଉଁମାନେ ସିଫ୍ଟ ଆଧାରରେ କାର୍ଯ୍ୟ କରିବେ ଏବଂ ସ୍କାଡା ଜରିଆରେ ଗ୍ରିଡ୍ ଷ୍ଟେସନ, ଏରିଆ ଫିଲ୍ଡ ଅଫିସର ଓ ପରିଚାଳନା ସହ ଚବିଶ ଘଂଟା ସମନ୍ୱୟ ରକ୍ଷା କରିବେ ।
“ଆମ ମୂଲ୍ୟବାନ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ପ୍ରଭାବୀ ବିଦ୍ୟୁତ ବଂଟନ ସେବା ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାରେ ଏହା ଏକ ଉଲ୍ଲେଖନୀୟ ଅଗ୍ରଗତି । ଯେକୌଣସି ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାକୁ ତ୍ୱରିତ ବେଗରେ ସମାଧାନ କରିବା ଏବଂ ଏହି ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ଆମ ଦକ୍ଷତାକୁ ଆହୁରି ବଢ଼ାଇବାରେ ଏହି ଏପିଏସସିସି ଆମ ଉଦ୍ୟମକୁ ସୁଦୃଢ଼ କରିବ ବୋଲି ଟିପିଏସ୍ଓଡିଏଲ୍ ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।’’
ଏହି ପ୍ରଗତିଶୀଳ ପଦକ୍ଷେପ ଜରିଆରେ ଟିପିଏସ୍ଓଡିଏଲ୍ ପରିଚାଳନା ଉତ୍କର୍ଷ ହାସଲ କରିବା ଏବଂ ଏହାର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପ୍ରଦାନ କରିବାର ସମର୍ପଣ ଭାବକୁ ଦୋହରାଉଛି । ଏକ ଦୀର୍ଘସ୍ଥାୟୀ ଓ ସ୍ଥିର ବିଦ୍ୟୁତ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଅଭିନବ ସମାଧାନର ଅନ୍ୱେଷଣ ଓ ଅତ୍ୟାଧୁନିକ ପ୍ରଯୁକ୍ତି କାର୍ଯ୍ୟକାରୀ କରିବା ପ୍ରତି କଂପାନି ପ୍ରତିବଦ୍ଧ ରହିଛି ।

No Result
View All Result