• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର, ସତର୍କ ହେଲେନାହିଁ ସରକାର : ଫଳ ସ୍ୱରୂପ ପାଣିରେ ପହଁରିଲେ ଭୁବନେଶ୍ୱରବାସୀ

Proprietor Abhimanyu Maharana by Proprietor Abhimanyu Maharana
August 2, 2023
in ଓଡ଼ିଶା, ମହାନଗର, ହୋମ୍
0
ଭୁବନେଶ୍ୱର, ସତର୍କ ହେଲେନାହିଁ ସରକାର : ଫଳ ସ୍ୱରୂପ ପାଣିରେ ପହଁରିଲେ ଭୁବନେଶ୍ୱରବାସୀ
Share on FacebookShare on TwitterWhatsapp

୧୯୯୭ର ବର୍ଷା କୁ ବାତ୍ ଦେଲା : ୨୬ ବର୍ଷ ର ରେକର୍ଡ ଭାଙ୍ଗିଲା ଟ୍ୱିନ ସିଟି

ଘରେ ପଶିଲା ଡ୍ରେନ ପାଣି, ହନ୍ତସନ୍ତ ହେଲେ ପରିବାର 

ଆଗାମୀ ୫ ବର୍ଷ ମଧ୍ୟରେ ଏହି ସମସ୍ୟା ସମାଧାନ ହେବା ଭଳି ଆଶା ଦେଖା ଯାଉନାହିଁ ।

୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର,ପୂର୍ବରୁ ସତର୍କ ହେଲେନି ସରକାର ଏବେ ହନ୍ତସନ୍ତ ହେଉଛନ୍ତି ଲୋକେ । ରାଜଧାନୀବାସୀ ସଡକରେ ମାଛ ଚାଷ କରିବେ, ଇତ୍ୟାଦି ଇତ୍ୟାଦି । ଏକଥା ସରକାରକି ବିଏମ୍‌ସି କାନରେ ପସିଲା ନାହିଁ । ସମସ୍ତଙ୍କ ମନରେ ବୋଧ ହୁଏ ଧାରଣ ଆମେ ଗପ ଲେଖୁଛୁ । ହେଲେ ଗପଟି କେତେବେଳେ ସତ ହେଇଯିବ ତାହା ସମୟ କହିଲା । ମୌସୁମୀର ଗୋଟିଏ ବର୍ଷାରେ ବେହାଲ ହୋଇଗଲା ଭୁବନେଶ୍ୱର । କହାରି ପାଟିରୁ କଥା ବାହାରୁ ନଥିଲା ।

କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ଭିତ୍ତଭୂମି ଜଳବନ୍ଦୀ ସମସ୍ୟା ଦୂର କରିପାରିଲାନି । ୬ ଘଣ୍ଟା ଲଗାଣ ବର୍ଷାରେ ପୁଣି ଉବୁଟୁବୁ ହୋଇଛି ସମଗ୍ର ରାଜଧାନୀ । ରାସ୍ତା, ନାଳ, ମେଡିଆନ୍‌ ସବୁ ଏକାକାର ହୋଇଯାଇଛି । ବସ୍ତି ତଥା ତଳି ଅଞ୍ଚଳରେ ରହୁଥିବା ପାଖାପାଖି ୭ ହଜାର ଲୋକ ଜଳବନ୍ଦୀ ହୋଇଯାଇଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଆକଳନ କରାଯାଇଛି ।

ପରିସ୍ଥିତି ଏମିତି ହୋଇଛି ଯେ, ବର୍ଷା ଛାଡ଼ିବା ପରେ ବି ସାରା ରାତି ଅନେକଙ୍କ ଘରେ ଚୁଲି ଜଳିପାରିନି । ବର୍ଷା ପାଇଁ ସହରରେ ଅଘଟଣ ଘଟିଛି । ରଥ ରୋଡ୍ ନଦୀର ଭ୍ରମ ସୃଷ୍ଟି କରିଥିବା ବେଳେ ବୈରାଗୀ ନଗରରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ପୂର୍ବରୁ ବିଏମ୍‌ସି ୩୭ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଥିବା ବେଳେ ଆଜିର ବର୍ଷାରେ୩୭୦ରୁ ଏକାଧିକ ନୂଆ ଜାଗା ଚିହ୍ନଟକରିବାକୁ ବାଧ୍ୟକରୁଛି । କଟକ ରୋଡ୍‌, ରଥରୋଡ୍‌, ଜନପଥ, ଇସ୍କନ ସାମ୍ନା ସମେତ ସହରର ପ୍ରମୁଖ ରାସ୍ତାରେ ପାଣି ଦୀର୍ଘ ସମୟ ଧରି ଜମି ରହିଥିଲା ।

ଯିଏ ଗାଡ଼ି ଧରି ବାହାରିଥିଲା ସେ ରାସ୍ତାରେ ଫସି ଯାଇଥିଲା । ସନ୍ଧ୍ୟାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ପ୍ରମୁଖ ରାସ୍ତାମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିଲା । ଫଳରେ ଅନ୍ଧାର ସାଙ୍ଗକୁ ପାଣି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା । କେବଳ ରାସ୍ତା ନୁହେଁ, ବିଭିନ୍ନ ବସ୍ତିରେ ମଧ୍ୟ ବିଜୁଳି ସଂଯୋଗ ଦୀର୍ଘ ସମୟ ଧରି ବିଚ୍ଛିନ୍ନ ରହିଥିଲା । ଯାହା ସହରବାସୀଙ୍କୁ ଏକ ତିକ୍ତ ଅନୁଭବ ଦେଇଥିଲା ।

ସବୁଠାରୁ ବଡ଼ ସମସ୍ୟା ହୋଇଥିଲା ଆଇଗିଣିଆ ରାଜୀବ ନଗରରେ । ପାଣି ଭିତରେ ଫସି ରହିଥିବା ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇଛି । ପାଣି ମୋଟର ଲଗାଯାଇ ଜଳ ନିଷ୍କାସନ କରାଯାଇଛି । ଅସରାଏ ବର୍ଷା ହେଲେ ରାଜଧାନୀ ଉବୁଟୁବୁ ହେଉଛି । ତ୍ୱରିତ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଉଥିବା ବିଏମ୍‌ସି କହୁଥିଲେ ମଧ୍ୟ ସମସ୍ୟା ସମାଧାନ ପରିବର୍ତ୍ତେ କ୍ରମଶଃ ବଢ଼ି ବଢ଼ି ଯାଉଛି ।

ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିବା ପରେ ୨୦୧୯ ମସିହାରେ ସହର ମଝିରେ ଯାଇଥିବା ୧୨ଟି ପ୍ରାକୃତିକ ନଳାର ପୁନରୁଦ୍ଧାର କରିବାକୁ ଯୋଜନା ହୋଇଥିଲା । କାରଣ ଏହି ସବୁ ପ୍ରାକୃତିକ ନାଳ ଜରିଆରେ ସହରର ବର୍ଷା ଓ ବର୍ଜ୍ୟ ଜଳ ନିଷ୍କାସିତ ହୋଇଥାଏ । କିନ୍ତୁ ଏହା ଅଣ ଓସାରିଆ ହୋଇଯାଇଥିବାରୁ ଜଳ ନିଷ୍କାସିତ ହୋଇ ପାରୁନାହିଁ । କେବଳ ଯୋଜନାରେ ରହିଯାଇଥିଲା ।

୨୦୨୧ ମସିହାରେ ବର୍ଷା ପାଣିର ସୁଅରେ ଡ୍ରେନ୍ ଭିତରକୁ ଭାସିଯାଇ ଜଣେ ଛାତ୍ରର ମୃତ୍ୟୁ ଘଟିବା ପରେ ବିଏମ୍‌ସିର ବୁଦ୍ଧି ପଶିଥିଲା । ନାଲିଫିତା ତଳେ ପଡ଼ି ରହିଥିବା ଡ୍ରେନ୍ ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ତତ୍ପର ହୋଇଥିଲେ । ସମ୍ପୃକ୍ତ ଯୋଜନାକୁ ସରକାରୀ ସ୍ୱୀକୃତି ମିଳିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲାସ୍ତରୀୟ କମିଟି ବୈଠକରେ ଜମି ଅଧିଗ୍ରହଣ ନେଇ ଚୂଡ଼ାନ୍ତ ହୋଇଥିଲା ।

ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍‌, ୨ଟି ଶାଖା ଡ୍ରେନ୍‌, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁ ନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ ହେବାକୁ ଥିଲା । ଏଥିରେ ୧୩ଟି ରାଜସ୍ୱ ଗ୍ରାମରେ ୮୩ଟି ଜମିରୁ ପ୍ରାୟ ୭ ଏକର ଜମି ଅଧିଗ୍ରହଣ ହେବା ଯୋଜନା ଥିଲା ।

ଏଥିପାଇଁ ୧୧୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଆଗାମୀ ୫ ବର୍ଷ ମଧ୍ୟରେ ଏହି ସମସ୍ୟା ସମାଧାନ ହେବା ଭଳି ଆଶା ଦେଖା ଯାଉନାହିଁ । ତେଣୁ ଆଗାମୀ ଦିନରେ ବର୍ଷା ହେଲେ ଏ ସ୍ମାର୍ଟ ସହରର ଲୋକେ ଏମିତି ପାଣିରେ ଉବୁଟୁବୁ ହେଇ ଚାଲିବା ନିଶ୍ଚିତ । ସବୁଠାରୁ ବଡ କଥା ହେଲା ଆଜି ଭୁବନେଶ୍ୱର ସହରରେ ସବୁ ଗ୍ୟାରେଜଗୁଡିକ ଜାମ୍ ହୋଇ ଯାଇଛି ।

ଶତାଦ୍ଧିକ ଲୋକଙ୍କ ଗାଡିରେ ପାଣି ପସିଯିବାରୁ ଗାଡିଗୁଡିକ ଅଚଳ ହୋଇ ପଡିଛି । ଗାଡି ଗୁଡିକୁ ଠେଲି ପେଲି ପେଟେଇ ଆଣି ଗ୍ୟାରେଜରେ ପହଂଚାଇ ଗାଡି ଗ୍ୟାରେଜ ମାଲିକ ମାନଙ୍କୁ ଗାଡି ସଜାଡିବା ପାଇଁ ଅନୁରୋଧ କରାଯାଉଥିବାର ଦେଖିବାକୁ ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version