ଓଡିଶା ତାଜା ନ୍ୟୁଜ୍ (୨୮ ଜୁନ୍ ରବିବାର ) କୋରାଇ :- ବିଶ୍ୱମହାବରୀ କରୋନା ଲାଗି ଦେଶବ୍ୟାପୀ ଲକ୍ଡାଉନ ଓ ସଟ୍ଡାଉନ ହେଉଛି । ଦୀର୍ଘ ୩ମାସରୁ ଊର୍ଦ୍ଧ୍ୱଦିନ ହେଲା ଏପରି ହେଉଥିବା ଯୋଗୁ ଅସହାୟ, ଦିନ ମଜୁରିଆ, ଦଳିତ ଓ ଆଦିବାସୀ ପରିବାର ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି । ଏଥିରେ ବହୁଭାବେ ଶ୍ରମିକ ଶ୍ରେଣୀର ଲୋକେ ଚଳିବାରେ ଅସୁବିଧାର ସମ୍ମଖିନ ହୋଇଛନ୍ତି ।
ଏହି ଶ୍ରେଣୀର ଲୋକମାନଙ୍କ ପାଇଁ ବହୁ ବେସରକାରୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଥିବା ବେଳେ କୋରାଇ ବ୍ଲକ ଅନ୍ତର୍ଗତ ତୁଳତୀ ପଂଚାୟତ ଖଇରା ଗାଁର ବିଶିଷ୍ଟସମାଜସେବୀ ନିରଞ୍ଜନ ମଲ୍ଲିକ ଓ ତାଙ୍କ ଡାକ୍ତରୀପଢୁଥିବା ପୁତ୍ର ଦିବ୍ୟରଞ୍ଜନ ମଲ୍ଲିକ ବ୍ୟକ୍ତିଗତଭାବେ କରୋନା ପ୍ରଭାବିତ ଅସହାୟ ଲୋକଙ୍କୁ ଭେଟି ରିଲିଫ ସାମଗ୍ରୀ ବଂଟନ କରିଛନ୍ତି ।
ନିରଞ୍ଜନ ବାବୁଙ୍କ ପୁତ୍ର ଦିବ୍ୟରଞ୍ଜନ ଭୁବନେଶ୍ୱର ହାଇଟେକ ଡେଂଟାଲ ମେଡିକାଲ କଲେଜର ଶେଷବର୍ଷର ଛାତ୍ରଭାବେ ଶିକ୍ଷା ଅଧ୍ୟାୟନ କରୁଥିଲା ବେଳେ କରୋନା ଲାଗି ନିଜ ଗାଁ ଖଇରାକୁ ଆସିଛନ୍ତି । କରୋନା ସମୟରେ ଗାଁରେଥିବା ଦଳିତ ବସ୍ତିର ଲୋକମାନେ ବହୁ ଅସହାୟଭାବେ ରହିଥିବା ଦେଖି ଦିବ୍ୟରଞ୍ଜନ ଚୁଡା, ଚିନି, ଅଟା, ଆଳୁ, ପିଆଜ, ଜାଈ, ସୁଜି, ତେଲ, ସାବୁନୁ, ଲୁଣ ଆଦି ରାସନ ସାମଗ୍ରୀ ବାପାଙ୍କ ସହ ମିଶି ବସ୍ତୀ ବସିନ୍ଦାଙ୍କୁ ବଂଟନ କରିଥିଲେ ।
ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ କାହ୍ନୁ ମଲ୍ଲିକ, ବଂଟି ନାୟକ, ମୋନାଲିଶା ମଲ୍ଲିକ, ବୁବୁଲ ପ୍ରଧାନ, ବିଶ୍ୱରଞ୍ଜନ ମଲ୍ଲିକ (ଜୁଜୁ) ପ୍ରମୁଖ ସହାୟତା କରିଥିଲେ । ଡାକ୍ତରୀଛାତ୍ର ଦିବ୍ୟରଞ୍ଜନଙ୍କ ଏହିପରି ଜନସେବା ମୂଳକ କାର୍ଯ୍ୟକୁ ବସ୍ତୀବାସିନ୍ଦା ଭୂୟସୀ ପ୍ରଶଂସାକରିବା ସହ କୃତଜ୍ଞତା ପୂର୍ବକ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତା’ର ଉତରୋତର କାମନା କରିଥିଲେ । (ବ୍ୟାସନଗରରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )


















