୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମାହାଙ୍ଗା ରେ ବିଜେପି ପାଦ ତଳୁ ମାଟି ସେତେ ଧସେଇ ଯାଉଛି,ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ଲୋକ ପ୍ରିୟତା ଏବେ କମି କମି ଆସୁଛି, ସାରଦାଙ୍କ ରାଜ୍ୟ ବିଜେପି ରେ ଦବଦବା ଯେତିକି ମାତ୍ରାରେ ଥିଲା ସେହି ମାତ୍ରାରେ ଏବେ ଆଉ ନଥିବା ଭଳି ଲାଗୁଛି, ସାରଦାଙ୍କ ନିଜ ପଂଚାୟତ ରେ ବିଜେପି ସମର୍ଥନରେ ସରପଞ୍ଚ ଓ ସମିତିସଭ୍ୟ ବିଜୟୀ ହୋଇଥିବାବେଳେ
ସାରଦା ଙ୍କ ଅପାରଗତା ଓ ପଂଚୟତର ବିକାଶ ନିମ୍ନଗାମୀ ବିକାଶ ଯୋଗୁ ଦଳୀୟ ସରପଞ୍ଚ ନାରାୟଣ ସେଠି ଓ ସମିତିସଭ୍ୟ ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ସମେତ ନାଏବ ସରପଞ୍ଚ ଏବଂ ଶତାଧିକ କର୍ମୀ ପଦ୍ମ ଛାଡି ନବୀନ ବାବୁଙ୍କ ସ୍ଵଛ ଓ ନିର୍ମଳ ଶାସନ ଏବଂ ମାହାଙ୍ଗା ରେ ପ୍ରତାପ ଜେନାଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ଦଳୀୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଛନ୍ତି, ଅନ୍ୟ ପଟରେ ନୁର୍ତ୍ତାଙ୍ଗ ଓ ଗୋତରା ପଂଚାୟତରେ ଆସନ୍ତା ୯ ତାରିଖରେ ସରପଞ୍ଚ ଉପନିର୍ବାଚନ ହେବାକୁ ଥିବାବେଳେ

ଏଭଳି ବିଜେପି ସରପଞ୍ଚ ସମିତି ସଭ୍ୟ ଓ ନାଏବ ସରପଞ୍ଚ ସହିତ ଶତାଧିକ କର୍ମୀ ବିଜେଡି ରେ ଯୋଗଦେବା ଘଟଣା ଉପନିର୍ବାଚନରେ ବିଜେପି ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି, ସୂଚନା ଥାଉକି ପୂର୍ବରୁ କୁସୁପୁର, ମଉଦା, ରାହାଣିଆ ପଂଚୟତର ସରପଞ୍ଚ ସମିତି ସଭ୍ୟ ଓ ଶହ ଶହ କର୍ମୀ ବିଜେପି ଛାଡି ବିଜେଡି ରେ ଯୋଗଦେଇଥିଲେ, ମାହାଙ୍ଗା ରେ ସାରଦା ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଦଳ ଏକ ପ୍ରକାର ରସାତଳ ଗାମୀ ହେଉଥିବାବେଳେ
ପ୍ରତାପ ଙ୍କ ନେତୃତ୍ୱରେ ମାହାଙ୍ଗା ରେ ବିଜେଡ଼ିର ସଂଗଠନ ପୂର୍ବପରି ଆହୁରି ମଜୁଭୁତ ସ୍ଥିତିରେ ପହଂଚି ଲାଣି, ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ବିଜେଡି ସରକାରଙ୍କ ଲୋକାଭିମୁଖୀ ଓ ଗରିବ କଲ୍ୟାଣକାରୀ ଯୋଜନା ସଠିକ ଭାବରେ ଲୋକଙ୍କ ନିକଟରେ ପହଂଚିପାରୁଥିବାରୁ ବିରୋଧୀ ମାନେ ବିଜେଡି ମୁହାଁ ହୋଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି














