ଏହି ତାଲିମ କାର୍ଯ୍ୟକ୍ରମଗୁଡ଼ିକରେ ଡବ୍ଲୁଏସ୍ଏଚ୍ଜିମାନଙ୍କୁ ଛତୁ ଚାଷ, କୁକୁଡ଼ା ପାଳନ, ବଗ଼ିଚାଚାଷ, ଫୁଲ ଚାଷ ଏବଂ ବିଶେଷ କରି ମିଲେଟ୍ ଚାଷର ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ଉଦ୍ୟମରେ ଆଗକୁ ବଢ଼ି ଟିପିଏସ୍ଓଡିଏଲ୍ ପକ୍ଷରୁ ସେମାନଙ୍କୁ ବିହନ, ସାର, କୁକୁଡ଼ା, ପ୍ରଜନନ, କୁକୁଡ଼ା ଚିଆଁ ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଦିଆଯିବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ବିପଣନ ସୁବିଧା ପ୍ରଦାନ କରାଯାଉଛି । “ଟିପିଏସ୍ଓଡିଏଲ୍ରେ ଆମେ ନିରନ୍ତର ବିକାଶ ସହ ଗୋଷ୍ଠୀ ସଶକ୍ତୀକରଣ ଉପରେ ଦୃଢ଼ ଭାବେ ବିଶ୍ୱାସ କରୁଛୁ । ଆମର ସିଏସ୍ଆର୍ ଅଭିଯାନ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପ୍ରତି ଆମେ ସମର୍ପିତ ରହିଛୁ । ସେମାନଙ୍କୁ ତାଲିମ, ସମ୍ବଲ ଏବଂ ବିଭିନ୍ନ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ଉପରେ ସହାୟତା ପ୍ରଦାନ କରି ସେମାନଙ୍କୁ ଦୃଢ଼ ଭାବେ ଆତ୍ମନିର୍ଭରଶୀଳ କରିବା ଏବଂ ଗୋଷ୍ଠୀର ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।’’ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ଏବଂ ବ୍ୟାପକ ସହାୟତା ପ୍ରଦାନ କରି ଟିପିଏସ୍ଓଡିଏଲ୍ ଡବ୍ଲୁଏସ୍ଏଚ୍ଜି ସଦସ୍ୟାମାନଙ୍କୁ ପ୍ରତ୍ୟକ୍ଷ ଭାବେ ସଶକ୍ତ କରି ଏକ ସମୃଦ୍ଧ ଜୀବନଯାପନ କରିବା ଏବଂ ସମାଜ ପ୍ରତି ଯୋଗଦାନ ପ୍ରଦାନ କରିବାରେ ସେମାନଙ୍କୁ ସଶକ୍ତ କରୁଛି । ଏହି ଅଭିଯାନଗୁଡ଼ିକ ଜରିଆରେ ଏକ ଅଧିକ ସମାନତା ଓ ଆତ୍ମନିର୍ଭର ସମାଜ ସୃଷ୍ଟି କରିବାକୁ ଟିପିଏସ୍ଓଡିଏଲ୍ ଉଦ୍ୟମ କରୁଛି ।
© 2023 Odisha Taza News.