୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଳକ ଅନ୍ତର୍ଗତ ଜଳେଶ୍ୱରପୁର ପଂଚାୟତ ଜଳେଶ୍ୱର ଗ୍ରାମର ବରିଷ୍ଠ କଂଗ୍ରେସ ନେତା, ଯଶସ୍ୱୀ ପୁରୁଷ, ସମାଜସବୀ ତଥା ପୁର୍ବତନ ସରପଂଚ ବୈଲୋଚନ ପରିଡାଙ୍କ ତୃତୀୟ ବାର୍ଷିକ ସ୍ମୁତି ଉତ୍ସବ ସେକ ମତଲୁବ ଅଲି ସ୍ମୃତି ସଂସଦ ଓ ବୈଲୋଚନ ପରିଡା ସ୍ମୃତି ସଂସଦ ପକ୍ଷରୁ କୁଆଁପାଳ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଶତାଦ୍ଦୀ ପତ୍ରିକାର ସଂପାଦକ ସେକ ମସୁଦ ଅଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥିଭାବେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ପ୍ରଫେସର ଡଃ କାର୍ତିକ ଚନ୍ଦ୍ର ବରାଳ ଯୋଗଦେଇ ସ୍ୱର୍ଗତ ପରିଡା ଏକାଧାରାରେ ଜଣେ ଯଶ୍ୱସୀ ପୁରୁଷ , ସମାଜସେବୀ ଓ ଶାନ୍ତ ସରଳ ମଣିଷଟିଏ ଥିଲେ ବୋଲି କହିବା ସହ ତାଙ୍କ ପ୍ରତି ସ୍ମୃତି ଚାରଣ କରିଥିଲେ । ମୁଖ୍ୟବକ୍ତାଭବେ ପଣ୍ଡିତ ପ୍ରଭାତ କର,ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ଅଭୟ ଚରଣ ପଣ୍ଡା,

କାହ୍ନୁଚରଣ ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପରିଡାଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଯୁବ ସଂଗଠକ ସୌକତ ଅଲି,ସଂଗ୍ରାମ ସାମଲ,ସମାଜସେବୀ ଶ୍ୟାମସୁନ୍ଦର ସ୍ୱାଇଁ,ଦୀପକ ନାୟକ,ନଳିନୀକାନ୍ତ ନାୟକ,ପ୍ରତାପ ନାୟକ,ଭାନୁଚରଣ ପରିଡା,ଗୌର ମହାନ୍ତି,ଦୁର୍ଯ୍ୟୋଧନ ରାଉତ,ମନ୍ମଥ ଖଟୁଆ,ବଟକୃଷ୍ଣ ସାମଲ,ପଦ୍ମଚରଣ ଲେଙ୍କା,ପୁର୍ଣ୍ଣଚନ୍ଦ୍ର ସେଠୀ,ସୁକାନ୍ତ ନନ୍ଦ ,ଦାମୋଦର ସ୍ୱାଇଁ,ଗଣେଶ୍ୱର ସ୍ୱାଇଁ ,ଭ୍ରମରବର ଦାସ,ଆର୍ତତ୍ରାଣ ବିଶ୍ୱାଳ, ବିଷ୍ଣୁଚରଣ ନାୟକ, ସେକ ସଇଫୁଲା ଖାଁ,ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ ,କବୀର ସିହ୍ନା,ପୁର୍ଣ୍ଣଚନ୍ଦ୍ର ସେଠୀ,ସହଜାନ ଅଲି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଆଇନଜିବୀ ଦୀପକ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରବି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।













