୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲନଖରା :- କଟକ ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ଠାରେ ନୂତନ ଭାବେ ଓପେମ୍ ୨.୦ ଚଳିତ ଜୁଲାଇ ୨୮ ତାରିଖ ଶୁକ୍ରବାର ଠାରୁ ଗ୍ରାହକ ମାନଙ୍କ ପାଇଁ ନିୟମିତ ଖୋଲା ରହିବ । ଏହି ଆଧୁନିକ ରେଷ୍ଟୁରାଣ୍ଟର ପରିଚାଳନା ଦାୟିତ୍ବ ବ୍ଲାକ୍ ଗ୍ରେପ୍ସ ଇଣ୍ଡିଆ ଅଧିନ। ଇଣ୍ଡିଆନ୍,କଣ୍ଟି ଜେଣ୍ଟାଲ,ଚାଇନିଜ୍ ତନ୍ଦୁରୀ,ମଲ୍ଟି କ୍ୟୁଜାକ ଖାଦ୍ୟ ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ହେବ ।

ଉତ୍ତମ ଗ୍ରାହକ ସେବା ଲକ୍ଷ୍ୟ ଆମର । ଓଫେମ ରେଷ୍ଟୁରାଣ୍ଟ ଅତ୍ୟନ୍ତ ଆଧୁନିକ ଶୈଳୀରେ ନିର୍ମିତ ହୋଇଛି । ଏଥିରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଆବାଶ୍ୟକ କର୍ମଚାରୀ ନିଯୋଜିତ ଅଛନ୍ତି । ଉଦଘାଟନ ପୂର୍ବରୁ ଗୁରୁବାର ଦିନ ରେଷ୍ଟୁରାଣ୍ଟ ରେ ଦୃଷ୍ଟିବାଧିତ ୭୦ ରୁ ଉର୍ଦ୍ଧ ପୁଅ ଝିଅ ଙ୍କୁ ବିନା ମୂଲ୍ୟରେ ଖାଦ୍ୟ ପରସା ଯାଇଥିଲା । ସେମାନେ ମଧ୍ଯ ବିଭିନ୍ ପ୍ରକାର ସୁସ୍ୱାଦୁ ଖାଦ୍ୟ ଆନନ୍ଦ ମନରେ ଖାଇ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ ।

ଏହି ଅବସରରେ ରେଷ୍ଟୁରାଣ୍ଟର ସମସ୍ତ କର୍ମଚାରୀ ତଥା ପରିଚାଳନା ଦାୟିତ୍ଵ ରେ ଥିବା ବ୍ଲାକ୍ ଇଣ୍ଡିଆ କର୍ମକର୍ତ୍ତା,ଉପସ୍ଥିତ ରହି ଦୃଷ୍ଟି ବାଧିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲାକ୍ ଗ୍ରେପସ ଇଣ୍ଡିଆ ପକ୍ଷରୁ ପାର୍ଟନର ରୋଶନ ପ୍ରଧାନ ଓ ନରେନ୍ଦ୍ର ଅଗ୍ରୱାଲ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅୟୋଜିତ ଏକ ସାମ୍ବାଦିକ ସମିଳନୀରେ ପାର୍ଟନର ରୋଶନ ପ୍ରଧାନ ଓ ନରେନ୍ଦ୍ର ଅଗ୍ରୱାଲ ଉପସ୍ଥିତ ରହିଥିଲେ ।















