୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :- କଟକ ଜିଲ୍ଲା ନିଆଳି ଥାନା ରେ ନୂତନ କରି ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ତପନ କୁମାର ରାଉତ ଙ୍କୁ ନିଆଳି ବରିଷ୍ଠ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଦିଯାଇଛି. ମଞ୍ଚ ର ସଭାପତି କୈଳାସଚନ୍ଦ୍ର ସୁର୍ ସମ୍ପାଦକ ଅଶୋକ କୁମାର ରାୟଙ୍କ ସମେତ ଦିଲୀପ କୁମାର ମହାନ୍ତି , ପ୍ରଭାକର ଦୀକ୍ଷିତ, ପୁର୍ଣ୍ଣ ଚନ୍ଦ୍ର ସେନାପତି, ଲିଙ୍ଗରାଜ ବସ୍ତିଆ ,
ସନାତନ ଦାସ ପ୍ରମୁଖ ଥାନାରେ ପହଞ୍ଚି ଥାନା ଅଧିକାରୀ ଶ୍ରୀ ତପନ କୁମାର ରାଉତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ . ନିଆଳି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ,ଡକାୟତି, ରାହା ଜାନୀ , ହତ୍ୟା ଧର୍ଷଣ, ବଳାତ୍କାର, ନାରୀ ନିର୍ଯାତନା ଭଳି ବିଭିନ୍ନ ଅପରାଧ ମାନ ବୃଦ୍ଧି ପାଉଥିବାରୁ ଅଞ୍ଚଳ ର ଶାନ୍ତି ପ୍ରତିଷ୍ଠା ଲାଗି ଅପରାଧ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନେବେ ବୋଲି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।