୨୭ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ବିଧବା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଏଭଳି ଘଟଣା ଘଟିଛି ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ଗ୍ରାମରେ, ଏହି ଗ୍ରାମର ବିଧବା ମହିଳା ଲତା ଜେନାଙ୍କ ମୃତ ଦେହ ପଟାମୁଣ୍ଡାଇ କେନାଲ ପାର୍ଶ୍ଵ ନାଳିଆ ମଧ୍ୟରେ ପଡିଥିବା ନେଇ ତାଙ୍କ ପୁତ୍ର ସକାଳୁ ଦେଖି ଶବ ଉଦ୍ଧାର କରିଥିଲେ,

ଖବର ପାଇ ତାଙ୍କର ବିଭାହିତା ଝିଅ ଚିନ୍ମୟୀ ଘରେ ପହଂଚି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ପାଇଁ ମାହାଙ୍ଗା ପୁଲିସ ନିକଟରେ ଅଭିଯୋଗ କରିଥିଲେ, ଅଭିଯୋଗ ପାଇ ମାହାଙ୍ଗା ଥାନା ଆଇଆଇସି ବିଜୟ ମଲ୍ଲିକ, ସବିନ୍ସପେକ୍ଟର ଇପ୍ସିତା ପ୍ରିୟ ଦର୍ଶନୀ ,

ଏ ଏସ ଆଇ ଭୀଷ୍ମ ପ୍ରଧାନ ଘଟଣା ସ୍ଥଳରେ ପହଂଛି ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲ ପଠାଇ ତଦନ୍ତ ଚଳାଇଛନ୍ତି, ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି .

ଅପରପକ୍ଷରେ ମୃତ ବିଧବା ମହିଳାଙ୍କ ସହ ତାଙ୍କ ଦେଢଶୁର ପରିବାର ସହ ବିଭିନ୍ନ ଘଟଣାକୁ ନେଇ ବିବାଦ ଲାଗିରହିଥିଲା, ତେବେ ସେଇ କାରଣ ରୁ ଲତାକୁ ପାଣିରେ ବୁଡାଇ ହତ୍ୟା କରାଯାଇଥିବା ସାଧରାଣରେ ଆଲୋଚନା ହେଉଛି .
















