୨୨ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ମୋହନା ବ୍ଳକ ବିରିକୋଟ ପଞ୍ଚାୟତର ହଡଭାଙ୍ଗି ଡ୍ୟା ନିକଟରେ ଲଗଣା ବର୍ଷା ଲାଗିଥିବାରୁ ପାହଡ ଉପରୁ ପଥର ଧସେଇ ହୋଇ ଆସି ରାସ୍ତା ଅବରୋଧ ହୋଇଥିଲା । ଆଜି ସକାଳେ ୧୦ଟା ସମୟରେ ଲୋକେ ଚାଉଳ ଆଣିବା ପାଇଁ ରାସ୍ତା ଦେଇଯାଉଥିବା ସମୟରେ ଏହି ପଥର ଖସିପଡିଥିଲା । ଫଳରେ ଯାତାୟତ ବନ୍ଦ ହୋଇଯାଇଥିଲା ।
ରାସ୍ତା ଦେଇ ଗାଡିମଟର ମଧ୍ୟ ଚଳାଚଳ କରୁନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଗୁରୁଝୁଳୀ ପଞ୍ଚାୟତର କଟମା, ପାଣିଗଣ୍ଡା ସହ ବିରିକୋଟ ପଞ୍ଚାୟତର ୩ ଖଣ୍ଡ ଗାଁ ରାଜବାସ, ଗୁଡିସାହି, ପୋଇପାଣିର ଲୋକମାନେ ଏହି ରାସ୍ତା ଦେଇ ଚାଉଳ ନେବାକୁ ବିରିକୋଟ ପଞ୍ଚାୟତକୁ ଆସିଥାନ୍ତି ।
ପଥର ପଡି ରାସ୍ତା ଅବରୋଧ ହୋଇଯାଇଥିରୁ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏହି ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଢିଥିବା ପଥରକୁ ହିଟାଜି ଦ୍ବାରା ପଥର ହଠାଇଥିଲେ । ଏହା ଯାତାୟତ ସୋଭାବିତ ହୋଇଥିଲା ।