୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଜାତିଗତ ହେଉ କି ଅନ୍ୟ କୌଣସି ପ୍ରମାଣପତ୍ର ପାଇବାକୁ ଛାତ୍ରୀଛାତ୍ର ଆବେଦନ କରିବାର ମାସ ମାସ ଲାଗିଯାଉଛି ହେଲେ ମଧ୍ୟ ସେମାନଙ୍କୁ ତାହା ମିଳିପାରୁନି । ଫଳରେ ସେମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ନେଇ ଅଧିକାଂଶ ସମୟରେ ଜନ ଅସନ୍ତୋଷ ସୃଷ୍ଟି ହେଉଛି । ଏହାର ସମାଧାନ କରିବାକୁ ଜଣେ ପ୍ରଶାସନିକ ଅଧିକାରୀ ବିଭିନ୍ନ ଅପହଞ୍ଚ ଗ୍ରାମକୁ ବୁଲି ଜାତିଗତ ପ୍ରମାଣପତ୍ର ବାଣ୍ଟି ଚର୍ଚାରେ ଅଛନ୍ତି। ଏଭଲି ଘଟଣା ଦେଖିବାକୁ ମିଳୁଛି ଗଜପତି ଜିଲ୍ଲା ମୋହନା ବ୍ଳକର ଗରଡମା ପଞ୍ଚାୟତରେ ।
ମୋହନା ବ୍ଳକ ଗରଡମା ପଞ୍ଚାୟତର ମାତାକୃପା, କାମଗଣ୍ଡା ଓ ରେଙ୍ଗାନକୁ ଆଦି ଗାଁ ଅପହଞ୍ଚ ଅଞ୍ଚଳ ଭାବେ ପରିଚିତ । ଏହି ଅଞ୍ଚଳକୁ ଭଲ ରାସ୍ତା ନଥିବାରୁ ଲୋକେ ଯାତାୟତ କରିବାକୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହିଳି ସ୍ଥିତିରେ ଜାତିଗତ ପ୍ରମାଣପତ୍ର ଖଣ୍ଡିଏ ପାଇଁ ବାରମ୍ବାର ପ୍ରାୟ ୭୦ କମି ଦୂରରେ ଥିବା ମୋହନା ତହସିଲି କାର୍ଯ୍ୟାଳୟକୁ ଯିବା କଷ୍ଠକର ବ୍ୟାପାର । ଏଭଳି ପରିସ୍ଥିତିକୁ ହୁଦାୟଙ୍ଗମ କରି ଅନୁଭବ କରି ପ୍ରମାଣପତ୍ର ପ୍ରସ୍ତୁତି କରବା ପରେ ତହସିଲଦାର ହିମାଂଶୁ ଭୂଷଣ ପଲାଇ ନିଜେ ଗରଡମା ପଞ୍ଚାୟତର ବିଭିନ୍ନ ଦୁର୍ଗମ ଗାଁକୁ ଯାଇ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏଥିପାଇଁ ସେ ମୋହନା ଠାରୁ ପ୍ରାୟ ୭୦ କିମି ଦୂରରେ ଥିବା କାମଗଣ୍ଡା ଯାଏଁ ସରକାରୀ ଗାଡିରେ ଯାଉଥିଲେ । ପରେ ରାସ୍ତାଅବସ୍ଥା ଭଲ ନଥିବାରୁ ସେଠାରେ ଗାଡି ରଖି ୧କିମି ପାଦରେ ଚାଲି ଚାଲି ଅନ୍ୟ ଗାଁକୁ ଯାଇ ୨୩୪ଟି ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ବାହ୍ୟ ଜଗତରୁ ବିଛିନ୍ନ ପ୍ରାୟ ଏହି ଗାଁ ଗୁଡିକୁ ଗସ୍ତ ବେଳେ ଆଜି ବି ବିଦ୍ୟୁତ ସେବା ଅପହଞ୍ଚ ଥିବା ଦେଖି ଏହାର ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହି ଅଞ୍ଚଳରେ କୌଣସି ପ୍ରଥମ ଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିଥିବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ତହସିଲଦାର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା