୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର ଉଦୟଗିରି :- ଗଜପତି ଜିଲ୍ଲା ମୋହନା ନାରାୟଣ ନଗରରେ ଗତ ୧୫ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି । ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସୋମବାର ସରପଞ୍ଚ ସୁନିତା ମଲ୍ଲିକ ଓ କନିଷ୍ଠ ଯନ୍ତ୍ରୀ (ଜେଇ) ପଦ୍ମନାଭ ଖଣ୍ଡେଇଲ ନାରାୟଣ ନଗରକୁ ଯାଇଥିଲେ । ଉତ୍ୟକ୍ତ ସାହି ବାସିନ୍ଦା ପାଣି ସମସ୍ୟା ଦୂର କରିବା ଦାବିରେ ଏକ ଘଣ୍ଟା କାଳ ସେମାନଙ୍କୁ ଘେରାଉ କରି ରଖିଥିଲେ । ଦୁଇ ତିନି ଦିନ ମଧ୍ୟରେ ପାଣି ସମସ୍ୟା ଦୂର ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ଲୋକେ ଶାନ୍ତ ପଡ଼ିଥିଲେ ।

ଅଭିଯୋଗ ଅନୁଯାୟୀ ମୋହନା ପଞ୍ଚାୟତର ୱାର୍ଡ – ୧୪ ନାରାୟଣ ନଗରରେ ବହୁ ବର୍ଷ ହେଲା ପିଇବା ପାଣି ସମସ୍ୟା ଲାଗି ରହିଛି। ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ଉତ୍କଠ ହେଉଥିବା ବେଳେ ଏବେ ବର୍ଷା ଋତୁରେ ମଧ୍ୟ ସମସ୍ୟା ଲାଗି ରହିଛି । ଏହି ୱାର୍ଡରେ ୪ଟି ନଳକୂପ ଥିବା ବେଳେ ତିନୋଟି ଅଚଳ ହୋଇ ରହିଛି ଓ ଗୋଟିଏ ବଳ ପୂର୍ବକ ଭାବେ ୱାର୍ଡ ସଭ୍ୟା ସସ୍ମିତା ମିଶ୍ର ନଳ କୁପ କୁ ନିଜ ଅକ୍ତିଆର ରେ ବନ୍ଦ କରିଦେଇଛି।ପଞ୍ଚାୟତ ପକ୍ଷରୁ ସୌର ପ୍ରକଳ୍ପ ଜରିଆରେ ପାଇପ୍ ଯୋଗେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ହେଲେ ଅନେକ ସମୟରେ ପ୍ରକଳ୍ପ ଅକାମୀ ହୋଇ ପଡ଼ୁଛି। ପାଣି ନ ପାଇ ସାହିବାସିନ୍ଦା ବହୁ ସମସ୍ୟା ଭୋଗୁଛନ୍ତି । ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ବ୍ଳକ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି ନାରାୟଣ ନଗରର ମହିଳା ସଂଘ ।














