୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମ ଗଳି ରାସ୍ତାରେ ଜମି ରହୁଛି ବର୍ଷା ପାଣି । ଲୋକେ ଗମନାଗମନରେ ଭୋଗୁଛନ୍ତି ଅସୁବିଧା । ରୁପ୍ରା ଷ୍ଟେଟ ବ୍ୟାଙ୍କ ନିକଟସ୍ଥ ଛକରୁ ତ୍ରିନାଥ ମନ୍ଦିର ଗଳି ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ଜମି ରହୁଛି। ଯାହା ଫଳରେ ଏଠାରେ ବସବାସ କରୁଥିବା ଓ ଯାତାୟାତ କରୁଥିବା ଲୋକମାନେ ଅପରିଷ୍କାର ପାଣିରେ ଯିବା ଆସିବା କରିବା ଏକ ପ୍ରକାର ବାଧ୍ୟ ହେଉଛନ୍ତି ।
ବେଳେ ବେଳେ ଏହି କାଦୁଅ ରାସ୍ତାରେ ଯିବା ଆସିବା ସମୟରେ ପଡ଼ୁଛନ୍ତି । ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ଗଳି ରାସ୍ତା ଉପରେ ପ୍ରଶାସନର ନଜର ନାହିଁ ବୋଲି ରାସ୍ତାର ଅବସ୍ଥା ଏପରି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏଠାରେ ଛୋଟ ଡ୍ରେନ ବ୍ୟବସ୍ଥା ସହ ରାସ୍ତା ନିର୍ମାଣ ପାଇଁ ଦାବି ହେଉଛି ।














