୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା :- ରାୟଗଡା ଅଞ୍ଚଳରେ ଏକ ଭୟଙ୍କର ପନିପରିବା ଦରଦାମ୍ ବୃଦ୍ଧି ହୋଇଛି । ଆଜି ସାଂସାରିକ ଜୀବନ ପଥ ମଧ୍ୟରେ ଖଣ୍ଡିଏ ଚାଖଣ୍ଡେ ପେଟ ପାଇଁ ପନିପରିବା କିଣିବାକୁ ଯାଇ ଲୋକେ କୋଲ ବୋଲ ହେଉଛନ୍ତି । ନିଜର ପେଟ ମେଣ୍ଟାଇକୁ ଲୋକେ ଦିନ ମଜୁରୀକୁ ଯାହାନ୍ତି,ଆଜିର ଦୈନିକ ମଜୁରୀ ପାହାଁନ୍ତି ମୂଲ୍ଯ-୩୦୦/-ଟଙ୍କା । ତେବେ ଦିନ ପରିଶ୍ରମ ଖଟିକିଆ ସ-ପରିବାର ଭୋରଣ,ପୋଷଣ ଖରାରେ କଟି ଦୈନିକ ମଧ୍ୟରେ ସେ ୩୦୦/-ଟଙ୍କା ପାଉଅଛି,ତାହା ହେଲେ ପନିପରିବା କିଣୁଛି କେଉଁ ମୂଲ୍ଯ ଦର ବୃଦ୍ଧିରେ । ଏହା ସତ୍ତ୍ବେ କୃଷି ବିଭାଗ କିଛି ଆଲୋକପାତ ଆଲୋଚନା କରାଯାଉ ।
ଦୈନିକ ମଜୁରିଆ ଆଜି ବଜାରକୁ ଯିବା ପୂର୍ବରୁ ପ୍ରବଳ ଭୟ ଭିତ କରନ୍ତି,କାରଣ ପନିପରିବା କିଣିବାକୁ ଅଚୁଆଁ ମନ ଭାବ ପ୍ରକାଶ ହେଉଛନ୍ତି । ଦୈନିକ ଖଟିକିଆ ମଜୁରୀ ପାଉଛନ୍ତି ୩୦୦/- ଟଙ୍କା । ତାହା ହେଲେ ପରିବାର କିପରି ଚଳିବେ ନା ଏହି ଟଙ୍କାରେ ସ-ପରିବାର ଭୋରଣ ପୋଷଣ କରି ପାରିବ । ପରିବା କିଣିବ କିପରି ଭାବରେ ତାହା ହେବେ ଚିନ୍ତା କରିବା ।
ଦର ବୃଦ୍ଧି କିପରି ଭାବରେ ରହିଛି:- ଭେଣ୍ଡି ୦୧ କିଲୋ ଗ୍ରାମ୍=୪୦ ଟଙ୍କା,ଅଲୋଡି ୦୧ କିଲୋ ଗ୍ରାମ୍=୬୦ ଟଙ୍କା,କୁନ୍ଦୁରୁ ୦୧ କିଲୋ ଗ୍ରାମ=୪୦ ଟଙ୍କା,ବାଇଗଣ ୦୧ କିଲୋ ଗ୍ରାମ୍=୫୦ ଟଙ୍କା, ଟୋମାଟ ୦୧ କିଲୋ ଗ୍ରାମ୍=୧୫୦ ଟଙ୍କା,କଲରା ୦୧ କିଲୋ ଗ୍ରାମ୍=୬୦ ଟଙ୍କା,ମରିଚ ୦୧ କିଲୋ ଗ୍ରାମ୍=୨୦୦ ଟଙ୍କା ଇତ୍ୟାଦି । ଏଣୁ ଏହି ପରି ପ୍ରେକ୍ଷୀରେ ଦିନ ଖଟିକିଆ ଗରିବ ଶ୍ରେଣୀର ପରିବାର ବର୍ଗ ପନିପରିବା ଦର ବୃଦ୍ଧି ମଧ୍ୟରେ କିପରି ଜିନିଷ ପତ୍ର କିଣି ଖାଇବେ । ଏଥି ପାଇଁ ଆଜି ଦିନ ଖଟିକିଆ ମଜୁରୀ ଦର ଦାମ୍ ବୃଦ୍ଧିକୁ ଦେଖି ବଜାରକୁ ଯିବା ପାଇଁ ଭୟ ଭୀତ କରୁଛନ୍ତି ।