୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ରାଜନୀତି କ୍ଷେତ୍ରରେ ଅଞ୍ଚଳରେ ଅତି ପରିଚିତ,ଦଳର ଜଣେ ସକ୍ରିୟ ସଦସ୍ୟ,ଦୃଢ଼ ଓ ଦକ୍ଷ ସଂଗଠକ ତଥା ହିଞ୍ଜିଳିକାଟୁ ପୋୖରାଞ୍ଚଳ ୩ ନଂ ୱାର୍ଡ ବାସିନ୍ଦା ପୂର୍ବତନ ନଗରପାଳ ଶିବରାମ ଗୌଡ଼ଙ୍କ ଉପରେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଆସ୍ଥା ପ୍ରକଟ କରି ବିଜେଡି ରାଜ୍ୟ ସମ୍ପାଦକ ରୂପେ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଦୀର୍ଘ ଦିନ ଧରି ରାଜନୀତି ସହ ସଂଶ୍ଲିଷ୍ଟ ରହିବା ସହ ଷୋହଳ ଖଣ୍ଡ ଗୋପାଳ ସମାଜର ସର୍ବବିଧ ଉନ୍ନତି ସାଧନ ଦିଗରେ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଶିବରାମଙ୍କୁ ବିଜେଡ଼ି ପକ୍ଷରୁ ଗୁରୁ ଦାୟିତ୍ୱ ମିଳିଥିବାରୁ ହିଞ୍ଜିଳିକାଟୁ ଓ ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳର ୨୩ ଖଣ୍ଡ ମୁଠା ସଭାପତିଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଛି ।
ଏହି ପରିପ୍ରେକ୍ଷୀରେ ବିଜେଡ଼ି ରାଜ୍ୟ ସମ୍ପାଦକ ଭାବେ ଶିବରାମଙ୍କୁ ନିଯୁକ୍ତି ମିଳିଲା ପରେ ରବିବାର ଗୋପାଳ ସମାଜ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ପୋୖରାଞ୍ଚଳ ନୁଆଁଗଡ଼ ସ୍ଥିତ ନବ ନିର୍ମିତ ଗୋପାଳ ସମାଜ କୋଠଘର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି, ନନ୍ଦିକ,ଶିକିରି,ଖରିଡା,ଖଣ୍ଡରା,ଶାସନ ଆମ୍ବଗାଁ,ସୋମପୁର, ପୋଡିଙ୍ଗି, ପୁନରଖଣ୍ଡି,ସାହାପୁର,ସାପୁଅ ପଲ୍ଲୀ,ପଳାସୀ, ଚଢ଼େୟା ପଲ୍ଲୀ, ନୁଆଁ ଗଡ଼, ତାରାତାରିଣୀ, ପୁରୁଷୋତ୍ତମପୁର ପୂର୍ବ ଓ ପଶ୍ଚିମ,କନ୍ଦାଳ ପଲ୍ଲୀ,ଜାମୁନି,ତୁମ୍ବେଶ୍ୱର,ପାଣ୍ଡିଆ, ଗୁପ୍ତେଶ୍ଵର ଓ ହିଣ୍ଡୁଳା ଆଦି ମୁଠା ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ନବ ନିଯୁକ୍ତ ବିଜେଡି ରାଜ୍ୟ ସମ୍ପାଦକ ତଥା ଷୋହଳ ଖଣ୍ଡ ଗୋପାଳ ସମାଜ ପୂର୍ବଖଣ୍ଡ ତାଲୁକା ସଭାପତି ଶିବରାମଙ୍କୁ ୨୩ ମୁଠା ସଭାପତି ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ ଓ ସଫଳତା କାମନା କରିଥିଲେ । ସମ୍ବର୍ଦ୍ଧନା ସମୟରେ ବୃନ୍ଦାବନ ଗୌଡ଼,ରମେଶ ଚନ୍ଦ୍ର ଗୌଡ଼, ରଞ୍ଜନ କୁମାର ଗୌଡ଼,ଭଗବାନ ଗୌଡ଼, ସୁବାସ ଚନ୍ଦ୍ର ଗୌଡ଼,କିଶୋର ଚନ୍ଦ୍ର ଗୌଡ଼, ଅରୁଣ କୁମାର ଗୌଡ଼, କୃଷ୍ଣଚନ୍ଦ୍ର ଗୌଡ଼, ମହେନ୍ଦ୍ର ଗୌଡ଼ ଓ ଉତ୍ସବ ଗୌଡ଼ ପ୍ରମୁଖ ମୁଠା ସଭାପତି ଗଣ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ସମାଜର ସଭାପତିଙ୍କୁ ରାଜ୍ୟ ସ୍ତରରେ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ଷୋହଳ ଖଣ୍ଡ ଗୋପାଳ ସମାଜ ତରଫରୁ ମାନ୍ୟବର ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।