୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଚକ୍ରଧର ବେହେରାଙ୍କ ୧୨୯ ତମ ଜୟନ୍ତୀ ଉପଲକ୍ଷେ , ରବିବାର ଦିନ , ସିଏମସି ୫୯ ନମ୍ବର ୱ।ର୍ଡ଼ ବମ୍ଫକୁଦ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷରୋପଣ ଏବଂ ସଫେଇ କାର୍ଯ୍ୟ କରାଯାଇଥିଲା ।

୫୮ ନମ୍ବର ୱ।ର୍ଡ଼ର ସେବକ କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ନେତୃତ୍ୱରେ, ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ , ସର୍ବ ଭାରତୀୟ ଯୁବ ଯାଦବର ସଭାପତି ଇଞୀନିୟର ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥି, ସିଏମସି ୫୮ ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତି ,

କଟକ ଜିଲ୍ଲା ବିଜେପି ଉପ ସଭାପତି ତଥା ସାମାଜିକ କର୍ମୀ ସ୍ୱଧୀନ ଚେତା ମହାନ୍ତି ,ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ପ୍ରଭାସ ଦାସ ପ୍ରମୁଖ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫଳ ଏବଂ ଫୁଲଗଛ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଦବ ମହାସଭାର ସଦସ୍ୟ ଟିନ ବେହେରା , ନିତେଷ ଗୋପାଳ,ଶିବ ବେହେରା,

ଶିବୁନା ବେହେରା, ସୁଭ୍ରାଶୁଂ ଶେଖର ବେହେରା, ଧନଞ୍ଜୟ ଦାସ ଏବଂ ଜନାଭାଇ ଫ୍ୟାନ ସଂଗଠନର ସଦସ୍ୟ ପାର୍ଥ ସାରଥୀ ସାହୁ ,ପ୍ରଶନ କୁମାର ଖଟୁଆ, ଦିପାଞଳୀ ଖୁଣ୍ଟିଆ, ସୁହାନା ବେଗମ ,ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।














