୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋ ଘର ଯୋଜନାରେ ଗରିବ ପରିବାରର ଲୋକଙ୍କୁ ବ୍ୟାଙ୍କ ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଣ ଯୋଗାଇ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ଳକ ବିଡିଓ ଲରିମନ ଖର୍ସେଲ ତତ୍ତ୍ବାବଧାନରେ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟର ରଣ ସହାୟତା ରାଶି ଶନିବାର ଜଣେ ହିତଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।
ମୁଖ୍ୟ ଅତିଥୀ ବିଡିଓ ଲରିମନ ଖର୍ସେଲ, ସମ୍ମାନିତ ଅତିଥି ସହକାରୀ ନିର୍ବାହୀ ଯନ୍ତୀ ସୁଦୀପ ପତିହାରୀ , ସାମାଜିକ ସୁରକ୍ଷା ଅଧିକାରୀ ଅରଣ ଉଦୟଭାନୁ, BPC RH ଓ ବ୍ୟାଙ୍କ ମେନେଜର ପ୍ରମୁଖ ଉପସ୍ଥିତ ରହି ମହେନ୍ଦ୍ରଗଡ ପଞ୍ଚାୟତର ରଣାଲଇ ଗ୍ରାମର ପିତର ପାଣି ୩ ଲକ୍ଷ ଟଙ୍କାର ଏସବିଆଇ ଚେକ ପ୍ରଦାନ କରିଥିଲେ ।














