୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର ,ଉଦୟଗିରି ବ୍ଲକ୍ କାର୍ଯ୍ୟ ଳୟରେ ଆଜି ମୋ ଘର ତଥା ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଏବଂ ଆର ,ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏଡିଏମ୍ ବିରେନ୍ଦ୍ର କୁମାର ଦାସ, ଅତିରିକ୍ତ ତହସିଲଦାର ରାଜେଶ କୁମାର ମହାପାତ୍ର, olm bpm ରଜନୀ କାନ୍ତ ପଣ୍ଡା, ବିପିସି ଅଶ୍ଵିନୀ କୁମାର ଷଡ଼ଙ୍ଗୀ, .ଏଚ Dsc ସୁନୀଳୀ ବାବୁ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ପ୍ରତ୍ୟେକ ମିଶନ ଶକ୍ତି ର ସଦସ୍ୟ ,ପ୍ରାଣୀମିତ୍ର,ର୍କୃଷିମିତ୍ର ବହୁ ମାତ୍ରାରେ ଯୋଗ ଦେଇଥିଲେ ।

ଜିଲ୍ଲା ସଭାପତି ତାଙ୍କ ଅଭିଭାଷଣ ରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କୁ କହିଛନ୍ତି ଯେ ପ୍ରତେକ ଗ୍ରୃପ ବ୍ୟାଙ୍କ ଲିଙ୍କେଜ୍ କରାଇ କିଭଳି ଭାବେ ରୋଜଗାର କରିପାରିବେ ତା ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ଘର ଯୋଜନାରେ ଯେଭଳି ଯୋଗ୍ୟ ହିତାଧିକାରୀ ପାଇପାରିବ ତା ଉପରେ ଦ୍ରୁଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ କାର୍ଯ୍ୟ ପଞ୍ଚାୟତର ପ୍ରତ୍ୟେକ ଗାଁ ବୁଲି ଜନସାଧାରଣ ଙ୍କ ପାଖରେ ଯେଭଳି ଭାବରେ ପହଞ୍ଚି ପାରିବ ତା ଉପରେ ମଧ୍ୟ ଆଲୋଚନା କରିଛନ୍ତି ।ଶେଷରେ ଓଡିଶାରେ ଏଭଳି ଜନହିତକାରୀ ଯୋଜନା ସବୁ ଜନସାଧାରଣ ଙ୍କୁ ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।














