No Result
View All Result
୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ତେଲ ଲୁଣ ସଂସାରରେ ଖଟିଖିଆ ଦିନ ମଜୁରିଆ ନିଜର ପେଟ ଚାଖଣ୍ଡକ ପାଇଁ ଓ ପରିବାରର ଭରଣ ପୋଷଣ ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରିଥାଏ । ଅଭାବୀ ସଂସାରରେ ସେ ସ୍ୱଳ୍ପ ମଜୁରୀରେ ଦିନ କlଟିଥାଏ। ପଖାଳ ଭାତରେ ଲୁଣ ଲଙ୍କା ପିଆଜ ସହିତ ଆଳୁ,ବାଇଗଣ ପୋଡ଼ାରେ ଦିନମଜୁରିଆ ମାନଙ୍କର ଭୋକ ମେଣ୍ଟେ। ବର୍ତ୍ତମାନ ବର୍ଦ୍ଧିତ ପନିପରିବା ଦର ଦିନମଜୁରିଆ ଓ ଲୋକମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ହୋଇଅଛି। ବଜାର ରେ ଘୁଘୁ ହୋଇ ପନି ପରିବା ଦର ବଢ଼ିବାରେ ଲାଗିଛି।

ବର୍ଦ୍ଧିତ ପନିପରିବା ଦର ଗରିବ ଖଟିଖିଆ ଦିନ ମଜୁରିଆ ଲୋକମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି। ବର୍ତ୍ତମାନ ପନିପରିବା ବଜାରରେ ବାଇଗଣ କିଗ୍ରା ପ୍ରତି ୫୦ଟଙ୍କା, ଟମାଟୋ କିଗ୍ରା ପ୍ରତି ୧୨୦ଟଙ୍କା, କଲରା କିଗ୍ରା ପ୍ରତି ୮୦ଟଙ୍କା, ପୋଟଳ କିଗ୍ରା ପ୍ରତି ୮୦ଟଙ୍କା , ସଜନା ଛୁଇଁ କିଗ୍ରା ପ୍ରତି ୧୦୦ଟଙ୍କା,କୁନ୍ଦୁରି କିଗ୍ରା ପ୍ରତି ୬୦ଟଙ୍କା, ପିଆଜ କିଗ୍ରା ପ୍ରତି ୩୦ଟଙ୍କା, ଫୁଲ କୋବି କିଗ୍ରା ପ୍ରତି ୧୦୦ ଟଙ୍କା, ପତ୍ରକୋବି କିଗ୍ରା ପ୍ରତି ୫୦ଟଙ୍କା, ବିନ କିଗ୍ରା ପ୍ରତି ୧୦୦ଟଙ୍କା, ଗୁଆଁର କିଗ୍ରା ପ୍ରତି ୬୦ ଟଙ୍କା, ଭେଣ୍ଡି କିଗ୍ରା ପ୍ରତି ୬୦ଟଙ୍କା, କଞ୍ଚାଲଙ୍କା ୧୫୦ ଟଙ୍କା, ସାରୁ ୬୦ ଟଙ୍କା, ଜନି ୬୦, ପରିବା ବ୍ୟବସାୟିମାନେ ବିକ୍ରୟ କରୁଅଛନ୍ତି।
ବିଭିର୍ନ୍ନ ଅଞ୍ଚଳରେ ଆବଶ୍ୟକୀୟ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ହଇରାଣ ହେବା ସଙ୍ଗେସଙ୍ଗେ ପନିପରିବା ଦର ବୃଦ୍ଧି ପାଉଅଛି। ପ୍ରଚୁର ପନିପରିବା ଚାଷ ପାଇଁ ଚାଷୀର ଚାଷ କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ପନିପରିବା ଚାଷ ଦିନକୁ ଦିନ ହ୍ରାସ ପାଉଅଛି। କୃଷି ବିଭାଗ ତରଫରୁ କୃଷି ଅଧିକାରୀ ଓ କୃଷି ଗ୍ରାମସେବକମାନେ ଗ୍ରାମାଞ୍ଚଳ ଚାଷୀମାନଙ୍କର ଚାଷକ୍ଷେତ୍ର ପରିଦର୍ଶନ କରୁନାହାନ୍ତି ଓ ସେମାନଙ୍କୁ ଉନ୍ନତ ଧରଣର ବିହନ ଯୋଗାଉନାହାନ୍ତି ଏବଂ କୃଷିପରାମର୍ଶ ଦେଉନାହାନ୍ତି ! ଫଳରେ ଦିନକୁଦିନ ପନିପରିବା ଉତ୍ପାଦନ କମିବାରେ ଲାଗିଅଛି।

ରାଜ୍ୟ ସରକାର ଚାଷୀମାନଙ୍କୁ ଦେଉଥିବା କାଳିଆ ଯୋଜନା ଟଙ୍କା ଓ ବଳିଆ ଯୋଜନା ଟଙ୍କା ଚାଷୀମାନେ ଚାଷକାର୍ଯ୍ୟରେ ବିନିଯୋଗ ନ କରିବାରୁ ଫଳ ଚାଷ, ପନିପରିବା ଚାଷ ଓ ଧାନ ଚାଷ ଦିନକୁଦିନ ଚାଷଜମି ପଡିଆ ପକାଇ କର୍ମକୋଢିଆ ହୋଇପଡିଛନ୍ତି। ଚାଷ ଓ ଚାଷୀର ବିକାଶ ପାଇଁ ରାଜ୍ୟସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ଯ କୃଷିବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଏଥି ପ୍ରତି ରାଜ୍ୟ କୃଷିବିଭାଗ ଦୃଷ୍ଟି ଦେବାକୁ ଜନ ସାଧାରଣମାନେ ଦୃଢ଼ ଦାବି କରିଅଛନ୍ତି ।


No Result
View All Result