୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୁଣପୁର :- ଚଳିତ ମାସ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତ ଜଲତାର୍ ଗ୍ରାମ ପଞ୍ଚାୟତର ଲୁଙ୍ଗରତାଲ ଗ୍ରାମରେ ଆଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ତରଫରୁ ଦ୍ବିତୀୟ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ସମ୍ମିଳନୀରେ ଆଇସାର ଜିଲ୍ଲା ସଭାପତି ସଂଞ୍ଜିବ ଶବର ପରିଚାଳନା କରିଥିଲେ । ସଭାପତି ଛାତ୍ର,ଛାତ୍ରୀମାନଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଏବଂ ଶିକ୍ଷାର ଘରୋଇ କରଣ ନେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉକ୍ତ ସମ୍ମିଳନୀରେ ଓଡିଶା ଦାୟିତ୍ଵ ରହିଥିବା ଆଇସାର କେନ୍ଦ୍ରୀୟ ନେତା ମହମଦ୍ ସୌହଲି ଓ ଲିଟୁଲାଲ ସୁବୁଦ୍ଧି ସି ପି ଆଇ ଏମଏଲ୍ ଜିଲ୍ଲା ସମ୍ପାଦକ ଶ୍ରୀ- ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ।
ଆମ୍ଭମାନଙ୍କର ଶିକ୍ଷା, ସମାଜ ଓ ଦେଶପାଇଁ ଏକ ଦୃଷ୍ଟି ଭଙ୍ଗି ରହିଛି ଓ ଆମେ ନିରବିଚ୍ଛିନ୍ନ ଭାବରେ ତାହାର କାର୍ଯ୍ୟକାରିତା ପାଇଁ ଉଦ୍ୟମ କରି ଆସୁଛୁ । ଆମର ଲକ୍ଷ୍ୟ ହେଉଛି ଅନ୍ତର୍ଭୁକ୍ତ ଏବଂ ଗୁଣାତ୍ମକ ଶିକ୍ଷା, ତଥା ଯଥାର୍ଥ ଏବଂ ସମତାପୂର୍ଣ୍ଣ ସମାଜ । ଗୋଟିଏ ହାତରେ ସରକାର ଓ ତାଙ୍କ ଦଲାଲମାନଙ୍କ ପକ୍ଷରୁ ଯେତେ ସବୁ ଆହ୍ୱାନକୁ ଲଦି ଦିଆଯାଇଛି ସେ ସବୁ କ୍ଷେତ୍ରରେ ଆଇସା ଲୋକଙ୍କ ସହିତ ଛିଡା ହୋଇଛି, ଅନ୍ୟ ପକ୍ଷରେ ଏହା ଶିକ୍ଷା ଅଧିକାର ଓ ଯୁବକମାନଙ୍କର ନିଯୁକ୍ତି ପାଇଁ ସବୁବେଳେ ଲଢି ଆସିଛି ।
ଆଇସାର ଦଶମ ଜାତୀୟ ସମ୍ମିଳନୀ ପରବର୍ତ୍ତୀ ପର୍ଯ୍ୟାୟରେ ଆଇସା କର୍ପୋରେଟ୍ ସମର୍ଥକ ଓ କେନ୍ଦ୍ର ସରକାର ସାମ୍ପ୍ରଦାୟିକତା ବାଦୀ କାର୍ଯ୍ୟ ସୂଚୀକୁ ଲୋକ ଲୋଚନାକୁ ଆଣିବା ସହିତ ଏହାର ଯୋର୍ ଦାର୍ ଢଙ୍ଗରେ ବିରୋଧ କରିବ ଏବଂ ସଂଘ ପରିବାର ହାତରୁ ଭାରତୀୟ ଗଣତନ୍ତ୍ର ତଥା ସମ୍ବିଧାନକୁ ବଞ୍ଚାଇବାର ସମସ୍ତ ଉଦ୍ୟମ କରିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ମାସ ୯, ୧୦ ତଥା ୧୧ ତାରିଖରେ କୋଲିକତାଠାରେ ହେବାକୁ ଯାଉଥିବା ଆଇସାର ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଛି ।
ଦାବୀ ସମୁହ ଯଥା :-
୦୧• ଛାତ୍ର ସମାଜ ବିରୋଧୀ ନୂତନ ଶିକ୍ଷା ନୀତି ୨୦୨୦,ଏପୱାଇୟୁପି, ସିୟୁଇଟିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ।
୦୨• ସମସ୍ତଙ୍କ ପାଇଁ ସମ୍ମାନଜନକ ନିଯୁକ୍ତିର ବ୍ୟବସ୍ଥା କରାଯାଉ ।
୦୩• ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ ।
୦୪• ଜାତି ଜାତି ଭିତରେ ଭେଦ ଭାବ,ପିତୃସତ୍ତାରାତ୍ମକ ବ୍ୟବସ୍ଥା ଏବଂ ସାମ୍ପ୍ରଦାୟିକ ଘୃଣା ରାଜନୀତି ବନ୍ଦ କରାଯାଉ ।
୦୫• ପ୍ରତ୍ୟେକ ବିଶ୍ୱ ବିଦ୍ୟାଳୟରେ ଜି ଏସ୍ କେସ୍ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ ।
୦୬• ସମସ୍ତ ରାଜନୈତିକ ବନ୍ଦୀ ମାନଙ୍କୁ ଅବିଳମ୍ବେ ମୁକ୍ତ କରାଯାଉ ।
୦୭• ସଂଖ୍ୟାଲଘୁ ମାନକଂ ବିରୁଦ୍ଧରେ ଘୃଣା-ଅପରାଧକୁ ସମାପ୍ତ କରାଯାଉ ।
ଆଜିର ବୈଠକରେ ନୂତନ ଭାବରେ ଦଶ ଜଣଙ୍କୁ କମିଟି ଗଠନ କରିଥିଲେ । ଉପସ୍ଥିତ ସଂଞ୍ଜିବ ଶବର ସଭାପତି ଆଇସା ରାୟଗଡ଼ା, ଲିଟୁଲାଲ୍ ସୁବୁଦ୍ଧି ପୂର୍ବତନ ସଭାପତି ଆଇସା,ମହମଦ୍ ସୌହଲି ରାଜ୍ୟ ସଭାପତି ଆଇସା,ସୌରବ୍ କୁମାର ଗମାଙ୍ଗ ବି•ଜେ•ବି କଲେଜ ଛାତ୍ର ଭୁବନେଶ୍ଵର,ରଶ୍ମୀ ଶବର ଥାୟାରାମା ମହିଳା କଲେଜ ଛାତ୍ରୀ ଗୁଣପୁର,ସାରିଲା ଶବର ଥାୟାରାମା ମହିଳା କଲେଜ ଗୁଣପୁର,ଦିବାକର ନିମାଲା,ବୃନ୍ଦାବନ ବିଡିକା,ଅନାସିମ ଶବର ଉପସ୍ଥିତ ରହିଥିଲେ ।