୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଅରଡିଆପଦା ଗ୍ରାମର ନାଥ ସାହି ନିକଟରେ , ସୋମବାର ରାତି ସାଢ଼େ ଗୋଟାଏରେ ବାଲି ଆଣିବାକୁ ଯାଉଥିବା ହାଇୱ। ଧକ୍କାରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଦେବାରୁ ଅରଡିଆପଦା ଗ୍ରାମବାସୀ ଅନ୍ଧାରରେ ରହିଥିଲେ । ଏହାକୁ କେନ୍ଦ୍ରକରି ଗ୍ରାମବାସୀ ଉତ୍ତେଜିତ ହୋଇ ବାଲି ବୋଝେଇ ହାଇୱ।, ଟିପର ଆଦି ୫ଟି ଗାଡ଼ିକୁ ଗ୍ରାମ ରାସ୍ତାରେ ଦୀର୍ଘ ୧୨ ଘଣ୍ଟା ଅଟକ ରଖି ରାସ୍ତା ଉପରେ ଧାରଣା ଦେଇ ବସିଥିଲେ ।

ଖବର ପାଇ କଟକ ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର, ଯୋନ-୪ ଏସିପି ଚନ୍ଦନ ଘଡେଇ ଦିନ ୧୧ଟା ପରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ହେଲେ ଗ୍ରାମ ବାସୀ ପୋଲିସ କଥା ଶୁଣିନଥିଲେ । ଗ୍ରାମ ବାସୀଙ୍କର ଦାବିଥିଲା ଯେପରର୍ଯ୍ୟନ୍ତ ଅରଡିଆପଦା ଗାଁର ରାତିରେ ଭାଙ୍ଗିଯାଇଥିବା ୪ ଟି ବିଦ୍ୟୁତ ଖୁଣ୍ଟ ପୋତା ଯାଇ ବିଦ୍ୟୁତ ଲାଇନ ସଂଯୋଗ କରା ନଯାଇଛି , ସେପର୍ଯ୍ୟନ୍ତ କୌଣସି ବାଲି ଗାଡ଼ି ଛଡ଼ା ଯିବନାହିଁ ବୋଲି ଜିଦିରେ ଅଟଳ ରହିଥିଲେ ।

ସଦର ଥାନା ଆଇଆଇସି ଫୁଲନଖରା ବିଦ୍ୟୁତ ବିଭାଗର ଜେଇଙ୍କୁ ଏବିଷୟରେ ଜଣାଇବା ସହିତ ଘଟଣା ସ୍ଥଳକୁ ଡ଼କାଇଥିଲେ । ବିଦ୍ୟୁତ ବିଭାଗର ଜେଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ନୂତନ ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବା ସହିତ, ତାର ଟଣାଯାଇ ବିଦ୍ୟୁତ ଲାଇନ ଦିଆଯାଇଥିଲା । ଯାହାଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହାପରେ ସଦରଥାନା ଆଇଆଇସି ବାଲି ବୋଝେଇ ୩ଟି ଗାଡିକୁ ଥାନାକୁ ନେଇଯାଇଥିଲେ ।

ଅରଡିଆପଦା ଗ୍ରାମ ବାସୀଙ୍କ ଅଭିଯୋଗ ଯେ ଦିନ ଏବଂ ରାତିରେ ବେପରୁଆ ଭାବେ ଚୋରାରେ ବାଲି ଆଣିବାକୁ ଯାଆ ଆସ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ପ୍ରତି ଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ଏହି ରାସ୍ତା ଦେଇ ବାଲିଗାଡି ନଯାଉ ବୋଲି ଗ୍ରାମବାସୀ ସଦର ଥାନା ଆଇଆଇସିଙ୍କ ନିକଟରେଦାବି କରିଥିଲେ ।













