No Result
View All Result
୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକର ଫୁଟ୍ଟାସିଙ୍ଗ୍ ଗ୍ରାମପଞ୍ଚାୟତ ନିକଟସ୍ଥିତ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାରେ ଜିଲ୍ଲାପାଳ ମହାଶୟାଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଛି । ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଥିବା ସମୟରେ ବିପର୍ଯ୍ୟସ୍ତ ସଙ୍କୁଚିତ ପ୍ରାପ୍ତ ମଧ୍ୟରେ ଟାଟା ପାୱାର୍ ବିଦ୍ୟୁତ୍ କାଟି ଦେଇଥିଲେ । ଏହାର ଗୁରୁତ୍ବପୂର୍ଣ୍ଣ ଜନ ଶୁଣାଣି ହେବ ବୋଲି ଟାଟା ପାୱାର୍ ବିଦ୍ୟୁତ୍ ଚାଳକ ଜାଣି ନାହିଁ ବୋଲି ବିଦ୍ୟୁତ୍ କାଟି ଦେଇଥିବା ଜଣାପଡିଛି ।
x. ଫୁଟ୍ଟାସିଙ୍ଗ୍ ଗ୍ରାମାଞ୍ଚଳରେ କେତେକ ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ପାଳଙ୍କୁ ୦୯ ଦଫା ସ୍ମାରକପତ୍ର ଦେଇଥିଲେ ।
x ଫୁଟ୍ଟାସିଙ୍ଗ୍ ଅଞ୍ଚଳରେ ନଅ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ଫୁଟ୍ଟାସିଙ୍ଗ୍ ପଞ୍ଚାୟତ ସମିତି ଗଠନ କରିବା ପାଇଁ ଜିଲ୍ଲା ପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।
x. ଫୁଟ୍ଟାସିଙ୍ଗ୍ ଠାରେ ଥିବା ଡାକ୍ତରଖାନାକୁ ପି ଏଚ୍ ସି ଠାରୁ ସି ଏଚ୍ ସି କରିବା ନେଇ ସ୍ମାରକପତ୍ର ଦେଇଥିଲେ ।
x. ଶଗଡା ଗ୍ରାମପଞ୍ଚାୟତରେ ରହିଥିବା ଅନେକ ସମସ୍ୟା ଗୁଡିକ ସମ୍ପର୍କରେ ୦୫ ଦଫା ସ୍ମାରକପତ୍ର ଜିଲ୍ଲା ପାଳଙ୍କୁ ଦେଇଛନ୍ତି ।
x. ଗୁଣପୁର ବ୍ଲକର ନୂତନ ପି ଏମ୍ ଜି ଏସ୍ ୱାଇ ରାସ୍ତା ନିର୍ମାଣ ନିମନ୍ତେ ୧୧ ଦଫା ସ୍ମାରକପତ୍ର ଦେଇଥିଲେ ।
ପ୍ରତ୍ୟେକ ଗ୍ରାମପଞ୍ଚାୟତ ତଥା ଗ୍ରାମରୁ ଜନ ସାଧାରଣ ଲୋକ ନିଜ ନିଜର ଅସୁବିଧା ଜିଲ୍ଲା ପାଳ ମହାଶୟାଙ୍କୁ ଯୁଗ୍ମ ଅଭିଯୋଗ ଦରଖାସ୍ତ ଦେଇଥିଲେ,ଜିଲ୍ଲା ପାଳ ମହାଶୟାଙ୍କ ପାଖରେ ସର୍ବ ମୋଟ ଦରଖାସ୍ତ ଯୁଗ୍ମ ଅଭିଯୋଗ ପତ୍ର ସଂଖ୍ଯା=୮୫ ଗୋଟି ପତ୍ର ଯାଇଥିବା ଜଣାପଡିଛି । ଶେଷରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ଓ ପି ଲି ପି ତରଫରୁ ଯେଉଁ ପୁଅ ଝିଅ ୧୮ ବର୍ଷରୁ ବିବାହ ହୋଇ ଶାଶୁ ଘର ଯାଇଛନ୍ତି,ସେହି ପୁଅ ଝିଅମାନଙ୍କୁ ଜିଲ୍ଲା ପାଳ ମହାଶୟାଙ୍କ ଦ୍ବାରା ଇଣ୍ଡିଆନ୍ ବ୍ୟାଙ୍କର ଚେକ୍ ମୂଲ୍ଯ=୨୦,୦୦୦/-ଟଙ୍କା ୦୮ ଜଣ ଝିଅ ମାଆମାନଙ୍କୁ ପୁରସ୍କାର ଦେଇଥିଲେ ।
ଉକ୍ତ ଅଭିଯୋଗ ଶୁଣାଣି ଦିନ ସମ୍ପୃକ୍ତ ଉପରେ ଜିଲ୍ଲାପାଳ,ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ,ଚିକିତ୍ସା ଅଧିକାରୀ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ,ତଥା ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଦିନ ଜିଲ୍ଲା କାର୍ଯ୍ଯାଳୟର ଅତିରିକ୍ତ ଜିଲ୍ଲା ପାଳ ଓ ଉପ ଜିଲ୍ଲା ପାଳ,ରାଜସ୍ବ ଅଧିକାରୀ,ଆରକ୍ଷୀ ଅଧ୍ୟକ୍ଷକ ବହୁତ ସଂଖ୍ଯାରେ ଯୁଗ୍ମ ଅଭିଯୋଗ ଜନ ଶୁଣାଣିରେ ଯୋଗ ଦେଇଥିଲେ ।
No Result
View All Result