୦୯ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ସ୍କୁଲ ପରିସରରେ ଥିବା ସରକାରୀ ଜମିରେ ଜବରଦଖଲ କରି ବେଆଇନ ନିର୍ମାଣ କରାଯାଇଥିବା ଦୋକାନ ଓ ବାସଗୃହକୁ ପ୍ରଶାସନ ଦ୍ବାରା ଉଛେଦ କରାଯାଇଛି । ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନା ନିକଟସ୍ଥ ମାଣ୍ଡିମେରା ଠାରେ ଥିବା ସ୍କୁଲ ପରିସରରେ ଥିବା ସରକାରୀ ଜମିକୁ କିଛି ଲୋକ ବହୁ ବର୍ଷ ଧରି ବେଆଇନ ଜବରଦଖଲ କରି ଦୁଇ ଦୋକାନ ସହ ୪ ବାସଗୃହ ନିର୍ମାଣ କରିଥିଲେ ।

ତେବେ ପ୍ରଶାସନ ତରଫରୁ ବାରମ୍ବାର ବାରମ୍ବାର ସେମାନଙ୍କୁ ନୋଟିସ ଦିଆ ଯାଉଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଇନଥିଲେ । ମୋହନା ତହସିଲଦାର ହିମାଂଶୁ ଭୂଷଣ ପକାଇଙ୍କ ନେତୃତ୍ବରେ ଅଡବା ଥାନା ଅଧିକାରୀ ସୁବ୍ରାନ୍ତି କୁମାର ପଣ୍ଡା ଉପସ୍ଥିତିରେ ବେଆଇନ ଉଛେଦ କରାଯାଇଥିଲା ।















