୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- କିଛି ଦିନ ହେଲାଣି ସାରା ରାଜ୍ୟରେ ଆଖିଧରା ରୋଗ ବ୍ୟାପିଥିବି ବେଳେ ମୋହନା ସରକାରୀ ଆଶ୍ରମ ସ୍କୁଲର ୫୩ ଜଣ ଛାତ୍ରୀଛାତ୍ର ଏଥିରେ ଆକ୍ରାନ୍ତ ହୋଇଛିନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଛି । ପ୍ରଥମେ ଆଖି କୁଣ୍ଡେଇ ହେବା ପରେ ଲାଲ ପଡିଯାଉଛି । ଏହାପରେ ଆଖି ଫୁଲି ଯାଉଥିବା ଦେଖିବାକୁ ମିଳିଛି ।

ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ଖୁବ୍ଶୀଘ୍ର ମେଡିକାଲ୍ ଟିମ୍ ହାଇସ୍କୁଲ ହଷ୍ଟେଲକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ଡାକ୍ତର କହିଛନ୍ତି । ସେହିପରି ବ୍ଳକର ଲୁହାଗୁଡି ଓ ଲୁଡୁ ସରକାରୀ ବିଦ୍ୟାଳୟ ସହିତ ବିଭିନ୍ନ ବିଦ୍ୟାଳୟ ଛଛାତ୍ରୀଛାତ୍ରଙ୍କୁ ମଧ୍ୟ ବ୍ୟାପିଛି ।

ଫଳରେ ଛାତ୍ରୀଛାତ୍ରଙ୍କ ଅଭିଭାବକ ମାନେ ଭୟରେ ନିଜ ଘରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘରକୁ ଯାଇ ସଂକ୍ରଣର ସଚେତନତା ସହିତ ଚିକିତ୍ସା କରାଇଲେ ବଢୁଥିବା ସଂକ୍ରମଣ ରୋକା ଯାଇପାରିବ ବୋଲି ଅଞ୍ଚଳରେ ଚର୍ଚା ହେଉଛି ।















